BIG BREAKING: ଆସନ୍ତାକାଲି ଓଡ଼ିଶା ଆସିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଓଡ଼ିଶା ଆସୁଛନ୍ତି ଲୋକସଭା ବାଚସ୍ପତି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା। ରାଜ୍ୟସଭା ଉପାଧ୍ୟକ୍ଷ ମଧ୍ୟ ଓଡ଼ିଶା ଆସୁଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ। ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀରେ ହେବେ ସାମିଲ।

ଏହା ପୂର୍ବରୁ 27 ଅକ୍ଟୋବର 2024ରେ ଭୁବନେଶ୍ୱର ଆସିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ସେ ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିଲେ। ଏକ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରତିକ୍ରିୟା ଦେଇଥିଲେ।

ଲୋକସଭା ବାଚସ୍ପତି କହିଥିଲେ ଯେ, ଓଡ଼ିଶାର ମାଟି, ଜଗନ୍ନାଥଙ୍କ ମାଟିକୁ ଆସି ମୋତେ ବହୁତ ଖୁସି ଲାଗୁଛି। ଭାରତକୁ ବିକଶିତ ରାଷ୍ଟ୍ର କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ।

2024 ଜୁନ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ଲୋକସଭାରେ ହୋଇଥିଲା। ଏଥିରେ ଓମ୍ ବିର୍ଲା କଂଗ୍ରେସର କେ. ସୁରେଶଙ୍କୁ ପଛରେ ପକାଇ ଲୋକସଭାର ବାଚସ୍ପତି ହୋଇଥିଲେ। ଏହାପରେ ସେ ବାଚସ୍ପତିର ଦାୟିତ୍ୱ ବହନ କରିଛନ୍ତି। ସେ ୧୮ ତମ ଲୋକସଭା ବାଚସ୍ପତି ଭାବେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ହୋଇ ରେକର୍ଡ ସୃଷ୍ଟି କରିଛନ୍ତି।