fbpx

ବିବାହର ୨୧ ବର୍ଷ ପରେ ପତ୍ନୀଠାରୁ ଅଲଗା ହେଲେ ଅର୍ଜୁନ୍

ମୁମ୍ବାଇ,୨୧ ।୧୧: ବିବାହର ୨୧ ବର୍ଷ ପରେ ଆଜି ଅଲଗା ହୋଇଛନ୍ତି ଅଭିନେତା ଅର୍ଜୁନ୍ ରାମପାଲ ଓ ମେହେର ଜେସିଆ । ବହୁ ବର୍ଷରୁ ସେମାନଙ୍କ ସମ୍ପର୍କରେ ତିକ୍ତତା ଲାଗିରହୁଥିବାରୁ ଆଜି ଅଫିସିଆଲ ଭାବେ ତାଙ୍କର ଛାଡପତ୍ର ହୋଇଛି । ଦୁହିଁଙ୍କ ସହମତି ପରେ ଘରୋଇ କୋର୍ଟ ସେମାନଙ୍କ ତଲାକ୍ କରିଛନ୍ତି ।

ତେବେ ଅର୍ଜୁନ୍ ଓ ମେହେର ୨୦୧୯ ଅପ୍ରିଲ ୩୦ରେ ତଲାକ୍ ପାଇଁ ଆବେଦନ କରିଥିଲେ । ୬ ମାସ ପରେ ସେମାନଙ୍କୁ ତଲାକ୍ ମିଳିଳା । ଅର୍ଜୁନଙ୍କ ୨ ଝିଅ ଏବେ ମା ମେହେର ସହ ରହିବେ । ୧୯୯୮ରେ ବିବାହ କରିଥିବା ଏହି କପଲଙ୍କ ମଧ୍ୟରେ ୨୦୧୧ରୁ ତିକ୍ତତା ସୃଷ୍ଟି ହୋଇଥିଲା । ୨୦୧୮ ମସିହାରେ ସେମାନେ ଅଲଗା ହେବାକୁ ଫଇସଲା ନେଇଥିଲେ । ଏନେଇ ଅର୍ଜୁନ ଘର ଭଡା ନେଇ ଅଲଗା ରହିବାରେ ଲାଗିଲେ ।

ବର୍ତ୍ତମାନ ସମୟରେ ଅର୍ଜୁନ ନିଜ ପ୍ରେମିକା ଗ୍ୟାବ୍ରିଏଲାଙ୍କ ସହ ଲିଭ ଇନରେ ରହୁଥିବା ବେଳେ କିଛିଦିନ ତଳେ ତାଙ୍କର ଗୋଟିଏ ପୁଅ ହୋଇଥିବା ଜଣାପଡିଛି । ତେବେ ୨୦୦୯ ଆଇପିଏଲରେ ଅର୍ଜୁନ ଓ ଗ୍ୟାବ୍ରିଏଲାଙ୍କ ଦେଖା ହୋଇଥିଲା । କିଛିଦିନର ଡେଟ୍ ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ ।

Get real time updates directly on you device, subscribe now.