ମଦୁଆ ସ୍ୱାମୀର କାମ୍ ତମାମ୍ କଲା ସ୍ତ୍ରୀ! ପ୍ରଥମେ ଠେଙ୍ଗାରେ ପିଟି ମାରିଲା ତା’ ପରେ ଘର ଭିତରେ ପୋତିଦେଲା
ସୁରଜୀକୁ ପୋଲିସ ଗିରଫ କରିବା ସହ ଘଟଣାଯର ଛାନଭିନ ଚଳାଇଛି । ଏକାଧିକ ମହିଳାଙ୍କ ସହ ତା’ ସମ୍ପର୍କ ଥିଲା ।
ରାଞ୍ଚି: ଝାରଖଣ୍ଡର ଧାନବାଦ ଜିଲ୍ଲାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରି ଦେଇଛନ୍ତି । ହତ୍ୟାର ୧୦ ଦିନ ପରେ ପୋଲିସ ସୂଚନା ପାଇଁ ମୃତଦେହକୁ ଜବତ କରିଛି ।
ସୁରଜୀ ମାଝିୟା (୪୨) ସ୍ୱାମୀ ସୁରେଶ ହାଁସଦାକୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ପୋତିଦେଇଛି । ପୋଲିସ ଖବର ମୁତାବକ ହତ୍ୟାଦିନ ରାତିରେ ସୁରେଶ ମଦ ପିଇ ଘରକୁ ଆସିଥିଲା ।
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କୌଣସିକ ଥାକୁ ନେଇ ଯୁକ୍ତିତର୍କ ହେଲା । ଏହାପରେ ନିଶାଶକ୍ତ ଅବସ୍ଥାରେ ଥିବା ସୁରେଶକୁ ସୁରଜୀ ବାଡିରେ ପିଟି ମାରିଦେଲା । ଘଟଣାସ୍ଥଳରେ ସୁରେଶର ମୃତ୍ୟୁ ହୋଇଯାଇଥିବାବେଳେ ଘର ଭିତରେ ଗାତ ଖୋଳି ସ୍ୱାମୀର ମୃତଦେହକୁ ସେ ପୋତିଦେଲା ।
୧୦ ଦିନ ପରେ ଯେତେବେଳେ ସୁରେଶର ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଲା, ସେତେବେଳେ ସମ୍ପର୍କୀୟ ସୁରେଶକୁ ଖୋଜିବାକୁ ଲାଗିଲେ । ହେଲେ ତାଙ୍କୁ ପାଇ ନଥିଲେ । ସେପଟେ ସୁରଜୀ ଅନେକ ମିଛ କାହାଣୀ ସେମାନଙ୍କୁ ଶୁଣାଇଥିଲା ।
ହେଲେ ସୁରେଶଙ୍କ ଘର ଭିତରୁ ପଚା ଗନ୍ଧ ଆସିବା ପରେ ସମ୍ପର୍କୀୟ ଏ ନେଇ ସ୍ଥାନୀୟ ପୋଲିସକୁ ସୂଚନା ଦେଲେ । ସ୍ୱତନ୍ତ୍ର ପୋଲିସ ଟିମ୍ ସୁରେଶଙ୍କ ଘରେ ପହଞ୍ଚି ଖୋଳାଖୋଳି କରିବା ପରେ ସୁରେଶଙ୍କ ପଚା ମୃତଦେହ ମିଳିଥିଲା ।
ଏହାପରେ ସୁରଜୀ ପୋଲିସ ଆଗରେ ସବୁ ସତ ମାନି ଯାଇଥିଲେ । ଏବଂ କହିଥିଲେ ଯେ, ସୁରେଶ ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସି କଳିଗୋଳ କରିବା ସହ ଏକାଧିକ ମହିଳାଙ୍କ ସହ ତା’ ସମ୍ପର୍କ ଥିଲା । ସେଥିରେ ବିବ୍ରତ ହୋଇ ସୁରଜୀ ସୁରେଶକୁ ମାରି ଦେଇଥିବା ସ୍ୱୀକାର କରିଛି । ସୁରଜୀକୁ ପୋଲିସ ଗିରଫ କରିବା ସହ ଘଟଣାଯର ଛାନଭିନ ଚଳାଇଛି ।