IND vs UAE: UAEକୁ ଲାଗିଲା ବଡ଼ ଝଟକା, ଭାରତକୁ ପ୍ରଥମ ସଫଳତା ଦେଲେ ବୁମରାହ

ଜସପ୍ରୀତ ବୁମରାହ ଭାରତକୁ ପ୍ରଥମ ସଫଳତା ଦେଲେ।

ଓଡିଶାଭାସ୍କର: ଏସିଆ କପ୍ ୨୦୨୫ରେ ଭାରତୀୟ ଦଳ UAE ଦଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳୁଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

UAEର ଅଧିନାୟକ ହେଉଛନ୍ତି ମହମ୍ମଦ ଓ୍ୱାସିମ୍। ଭାରତୀୟ ଦଳ ବିଜୟ ସହିତ ଆରମ୍ଭ କରିବାକୁ ଚାହୁଁଛି। ଭାରତରେ ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ୍, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଜସପ୍ରୀତ ବୁମରାହଙ୍କ ଭଳି ବରିଷ୍ଠ ଖେଳାଳି ଅଛନ୍ତି।

ଯେଉଁମାନେ ମାତ୍ର କିଛି ବଲରେ ମ୍ୟାଚର ଗତି ବଦଳାଇ ଦିଅନ୍ତି। ଏପର୍ଯ୍ୟନ୍ତ ୨୦୧୬ ମସିହାରେ ଭାରତ ଏବଂ UAE  ମଧ୍ୟରେ କେବଳ ଗୋଟିଏ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଯେଉଁଥିରେ ଭାରତ ୯ଟି ଓ୍ୱିକେଟରେ ବିଜୟୀ ହୋଇଥିଲା।

ଆଉ ଆଜିର ମ୍ୟାଚ୍ ମଧ୍ୟ ଭାରତ ଜିତିବାକୁ ଲକ୍ଷ୍ୟ ରଖିଛି। ଏହାର ଆରମ୍ଭ ବୁମରାହ କରି ସାରିଛନ୍ତି। UAE ର ପ୍ରଥମ ଓ୍ୱିକେଟ୍ ନେଇ ବୁମରାହ ଏହାର ଶୁଭାରମ୍ଭ କରିଛନ୍ତି।