ଇମ୍ଫାଲ୍: ପ୍ରଧାନମନ୍ତ୍ରୀ ମୋଦି ଶନିବାର ମଣିପୁର ଯାଇଥିଲେ । ସେଠାରେ ଦଳୀୟ କାର୍ଯ୍ୟକ୍ରମରେ ଲୋକଙ୍କ ଉଦ୍ବୋଧନ ଦେବା ପରେ ମଣିପୁର ହିଂସାର ଶିକାର ହୋଇଥିବା ପୀଡ଼ିତା ମହିଳା ଓ ଝିଅଙ୍କୁ ଭେଟିଥିଲେ ।
ମୋଦିଙ୍କୁ ହିଂସାକାଣ୍ଡର ଘଟଣା ବର୍ଣ୍ଣନା କଲାବେଳେ ଓ ତାଙ୍କ ସହ ଏ ନେଇ ଆଲୋଚନା କଲାବେଳେ ପୀଡ଼ିତାମାନେ କାନ୍ଦି ପକାଇ ଥିଲେ । ଯାହା ମୋଦିଙ୍କୁ ଅତ୍ୟନ୍ତ ଦୁଃଖ ଦେଇଥିଲା ।
ଇମ୍ଫାଲରେ କାର୍ଯ୍ୟକ୍ରମ ସାରି ମୋଦି ହେଲିକପ୍ଟର ଯୋଗେ ଚୁରାଚାନ୍ଦପୁର ଯିବାର କାର୍ଯ୍ୟକ୍ରମ ଥିଲା । ହେଲେ ବର୍ଷା ଯୋଗୁ ହେଲିକପ୍ଟର ଉଡ଼ାଇବା ସମ୍ଭବପର ନ ହେବା କାରଣରୁ ମୋଦି ଗାଡ଼ିରେ ୬୧ କି.ମି. ଦୂର ଚୁରାଚାନ୍ଦପୁର ଯାଇଥିଲେ । ସେଠାରେ ପୀଡ଼ିତାମାନଙ୍କୁ ଭେଟି କରିଥିଲେ ।
ମଣିପୁରରେ କୁକି ଓ ମେଇତେଇ ଜାତିର ଲୋକଙ୍କ ମଧ୍ୟରେ ଜାରି ରହିଥିବା ଏବଂ ପୂର୍ବରୁ ହୋଇଥିବା ସଂଘର୍ଷ ସମ୍ପର୍କରେ ମୋଦି ସେଠାକାର ମହିଳାଙ୍କୁ ପଚାରି ବୁଝିବା ସହ ଆଲୋଚନା କରିଥିଲେ ।
ମୋଦି ମଣିପୁୁର ଚୁରାଚାନ୍ଦପୁରରେ ୭୩୦୦ କୋଟି ଏବଂ ଇମ୍ଫାଲରେ ୧୨୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମଣିପୁର ବିକାଶ ଦିଗରେ ସରକାର ଅନେକ ପ୍ରକଳ୍ପ ଆଗାମୀଦିନରେ ରାଜ୍ୟକୁ ଭେଟିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।