Katrina Pregnant: ଖୁସି ଖବର, ମା’ ହେବେ କ୍ୟାଟରିନା, ଘରକୁ ଆସିବ ଜୁନିଅର କୌଶଲ, କେବେ ଆସିବ କୁନି ଅତିଥି
କ'ଣ କ୍ୟାଟ୍ରିନା କୈଫ ଗର୍ଭବତୀ
ମୁମ୍ବାଇ: ବଲିଉଡର ଟପ ଅଭିନେତ୍ରୀ ଏବେ ମା’ ହେବାର ଖୁସିକୁ ଅନୁଭବ କରୁଛନ୍ତି। ଲାଇମ ଲାଇଟରୁ ଟିକିଏ ଦୂରେଇ ଯାଇ ପିଲାମାନଙ୍କ ସହ କାଟୁଛନ୍ତି ସମୟ। ଆଲିୟା ଭଟ୍ଟ, ଦୀପିକା ପାଦ୍ୟୁକନ୍, ଅନୁଷ୍କା ଶର୍ମା, ନିକଟରେ ମା’ ହୋଇଛନ୍ତି କିୟାରା ଆଡଭାନୀ।
ଏବେ ବଲିଉଡର ଆଉ ଏକ ଷ୍ଟାରଙ୍କ ଘରକୁ ଖୁସି ଖବର ଆସିବାକୁ ଯାଉଛି। ଜୁନିଅର ଷ୍ଟାର ଏବେ ଅନ ଦି ୱେ ଥିବା ଚର୍ଚ୍ଚା ହେଉଛି। ବିକି କୌଶଲ- କ୍ୟାଟରିନା କୈଫଙ୍କ ଘରକୁ ଆସିବ ଖୁସି ଖବର। ବହୁତ ଜଲଦି ଘରେ ଶୁଭିବ କୁଆଁ କୁଆଁ ଡାକ। ଏହି ଯୋଡ଼ି ଏବେ ମା’, ବାବା ହେବାକୁ ଯାଉଛନ୍ତି।
ଫିଲ୍ମ ମେରୀ କିସମତ୍ ପରେ କ୍ୟାଟରିନା ବଲିଉଡରୁ ଏକଦମ୍ ଗାୟବ ହୋଇଯାଇଛନ୍ତି। ତାଙ୍କ ଗୃହସ୍ତୀ ଜୀବନ ବିତାଉଛନ୍ତି ସେ। କିଛି ଦିନ ପୂର୍ବରୁ ବିମାନ ବନ୍ଦରରେ ନଜର ଆସିଥିଲେ କ୍ୟାଟରିନା। ସେହି ସମୟରେ ହିଁ କ୍ୟାଟ୍ ପ୍ରେଗ୍ନେଣ୍ଟ ଥିବା ଚର୍ଚ୍ଚା ହେଉଥିଲା।
ଯେଉଁଠି ବିକି ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ ଭେଟି ଦେଉଛନ୍ତି, କ୍ୟାଟ୍ରିନା କୈଫଙ୍କ କୌଣସି ପ୍ରୋଜେକ୍ଟରେ ନଜର ଆସିନାହାଁନ୍ତି।
କ’ଣ କ୍ୟାଟ୍ରିନା କୈଫ ଗର୍ଭବତୀ, କ’ଣ ବିକି ବାପା ହେବେ?
ଏକ ନ୍ୟୁଜ୍ ୱେବସାଇଟରେ ଏକ ଖବର ପ୍ରକାଶିତ ହୋଇଥିଲା। ଯେଉଁଥିରୁ ଜଣାପଡିଥିଲା ଯେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ।
ଯଦିଓ ଏହି ଦମ୍ପତିଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ, କିନ୍ତୁ ରିପୋର୍ଟ ଅଛି ଯେ ସେ କିଛି ମାସ ଧରି ଗର୍ଭବତୀ ଅଛନ୍ତି। କୁହାଯାଉଛି ଯେ ଏହି କାରଣରୁ କ୍ୟାଟ୍ରିନା କୈଫ ମଧ୍ୟ ଲାଇମଲାଇଟ୍ରୁ ଦୂରରେ ଅଛନ୍ତି।
ସେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେଉଛନ୍ତି। ଏହା ମଧ୍ୟ ଆଲୋଚନା ହେଉଛି ଯେ ଉଭୟ ଏହି ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ପିତାମାତା ହେବାକୁ ଯାଉଛନ୍ତି।