ଭୁବନେଶ୍ୱର: ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର । ଗଳ୍ପ ସଂକଳନ ମ୍ୟାଟିନି ଶୋ’ ପାଇଁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର ।
ଅକ୍ଟୋବର ୨୬ ତାରିଖରେ ସାରସ୍ୱତ ସମାବେଶ ସମ୍ମାନିତ ହେବେ ଦେବଦାସ ଛୋଟରାୟ । ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ପୁରସ୍କାର ହିସାବରେ ।
ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ପାକ୍ଟ ପକ୍ଷରୁ ଶାରଳା ପୁରସ୍କାର ଦିଆଯାଉଛି । ଚିତ୍ରଶିଳ୍ପୀ ବଳାଦେବ ମହାରଥୀ, ସଙ୍ଗୀତଗୁରୁ ରାମହରି ଦାସ ପାଇବେ ପୁରସ୍କାର ବାବଦକୁ ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ମିଳିବ ।