ସରକାରଙ୍କ ନୂଆ ନିୟମ: ଦୁଇ ଥର କାମୁଡ଼ିଲେ ସିଧା ଜେଲ ଯିବେ କୁକୁର, ମିଳିବ ଆଜୀବନ ସଜ୍ଜା
ସରକାର ଲାଗୁ କଲେ ନୂଆ ନିୟମ । ଏଥର ଦୁଇ ଥର କାମୁଡ଼ିଲେ ସିଧା ଜେଲ ଯିବେ କୁକୁର । ମିଳିବ ଆଜୀବନ ସଜ୍ବା ।
ଲକ୍ଷ୍ନୌ: ସହରରେ ବୁଲୁଥିବା ବୁଲା କୁକୁରମାନେ ପ୍ରାୟତଃ ଏବେ ଲୋକଙ୍କ ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ । କିନ୍ତୁ ଏବେ ବହପତ ଶିଘ୍ର ଏହି ଟେନସନ ଦୂର ହେବାକୁ ଯାଉଛି । ରାଜ୍ୟର ଯୋଗୀ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଯାହା ଅନୁଯାୟୀ ଯଦି କୌଣସି ବୁଲା କୁକୁର ଲୋକଙ୍କୁ ଦୁଇଥର କାମୁଡ଼େ, ତେବେ ତାକୁ ଆଜୀବନ କାରାଦଣ୍ଡ ଦିଆଯିବ।
ହଁ, ଏହା ନିଶ୍ଚିତ ଭାବରେ ଶୁଣଇବାକୁ ଅଦ୍ଭୁତ ଲାଗିପାରେ, କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ। କୁକୁର କାମୁଡ଼ାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପୌର ସଂସ୍ଥାକୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରମୁଖ ସଚିବ ନଗର ଉନ୍ନୟନ ଅମୃତ ଅଭିଜାତଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ, ଆକ୍ରମଣାତ୍ମକ ଏବଂ ହିଂସାତ୍ମକ କୁକୁରମାନଙ୍କ ପାଇଁ ଏହି ଦଣ୍ଡ ବ୍ୟବସ୍ଥା କରାଯାଇଛି।
ପ୍ରଥମ ଥର କାମୁଡ଼ିବା ପାଇଁ 10 ଦିନର ଜେଲଦଣ୍ଡ
ଯୋଗୀ ସରକାରଙ୍କ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ଯଦି କୌଣସି କୁକୁର ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତିଙ୍କୁ କାମୁଡ଼େ, ତେବେ କୁକୁରକୁ 10 ଦିନ ପାଇଁ ଦଣ୍ଡ ଦିଆଯିବ। ଏହି ସମୟ ମଧ୍ୟରେ କାମୁଡ଼ିଥିବା କୁକୁରକୁ ଆନିମଲ ବାର୍ଥ କଣ୍ଟ୍ରୋଲ ଅର୍ଥାତ୍ ABC କେନ୍ଦ୍ରରେ ରଖାଯିବ। କିନ୍ତୁ ଯଦି ସେହି କୁକୁର ଦ୍ୱିତୀୟ ଥର ପାଇଁ କାହାକୁ କାମୁଡ଼େ, ତେବେ ଏକ ତିନି ଜଣିଆ ଦଳ ଏହି ଘଟଣାର ତଦନ୍ତ କରିବେ। ତଦନ୍ତ ଦଳରେ ପଶୁପାଳନ ଅଧିକାରୀ, ସ୍ଥାନୀୟ ସଂସ୍ଥାର ପ୍ରତିନିଧି ଏବଂ SPCAର ସଦସ୍ୟମାନେ ସାମିଲ ହେବେ। ତେବେ କୁକୁରଙ୍କୁ ଆକ୍ରମଣ କରିବାକୁ ପ୍ରେରିତ କରାଯାଇଥିଲା କୁ ନାହିଁ, ତାକୁ ନେଇ ତଦନ୍ତ କରାଯିବ। ଯଦି କୁକୁର ଆକ୍ରମଣ କରିବାକୁ ପ୍ରେରଣା ଦିଆଯାଇଥିବାର କୌଣସି ପ୍ରମାଣ ନାହିଁ, ତେବେ କୁକୁରକୁ ପୁଣି ଥରେ ABC କେନ୍ଦ୍ରରେ ରଖାଯିବ। ଅର୍ଥାତ୍ କୁକୁରକୁ ଆଜୀବନ କାରାଦଣ୍ଡ ଦିଆଯିବ। ଆଜୀବନ କାରାଦଣ୍ଡରେ ଦଣ୍ଡିତ କୁକୁର କେବଳ ସେତେବେଳେ ମୁକ୍ତ ହେବ ଯେତେବେଳେ ଜଣେ ବ୍ୟକ୍ତି ଏହାକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିବ।
ହିଂସ୍ର କୁକୁର ବିରୁଦ୍ଧରେ ଅଭିଯାନ
ପ୍ରୟାଗରାଜ ନଗର ନିଗମର ପଶୁପାଳନ ଅଧିକାରୀ ଡକ୍ଟର ବିଜୟ ଅମୃତରାଜଙ୍କ ଅନୁଯାୟୀ, ଲୋକଙ୍କ ସୁରକ୍ଷା ପାଇଁ ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଇଛନ୍ତି। ଏହା ସହ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି। ଶୀଘ୍ର ସମଗ୍ର ନଗର ନିଗମ ଅଞ୍ଚଳରେ ଆକ୍ରମଣକାରୀ ଏବଂ ହିଂସ୍ର କୁକୁର ବିରୁଦ୍ଧରେ ମଧ୍ୟ ଏକ ଅଭିଯାନ ଆରମ୍ଭ କରାଯିବ।