CHARIDHAM

ଇତିହାସ ଗଢିଲା ଭାରତ; ସ୍ପିଡ୍ ସ୍କେଟିଂ ୱାର୍ଲ୍ଡ ଚାମ୍ପିୟନସିପରେ ଐତିହାସିକ ସଫଳତା, ମିଳିଲା 2ଟି ସ୍ବର୍ଣ୍ଣ ପଦକ

ଇତିହାସ ରଚିଲା ଭାରତ । ସ୍ପିଡ୍ ସ୍କେଟିଂ ୱାର୍ଲ୍ଡ ଚାମ୍ପିୟନସିପରେ ହାସଲ କଲା 2ଟି ସ୍ବର୍ଣ୍ଣ ପଦକ । ଭାରତର ଐତିହାସିକ ସଫଳତା ।

ନୂଆଦିଲ୍ଲୀ: ଭାରତ ବିଶ୍ୱ ସ୍କେଟିଂରେ ଐତିହାସିକ ମୁହୂର୍ତ୍ତ । ଏକା ସାଙ୍ଗରେ ଜିତିଲା ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ । ଯେତେବେଳେ ଆନନ୍ଦକୁମାର ଭେଲକୁମାର ଚୀନରେ ସ୍ପିଡ୍ ସ୍କେଟିଂ ବିଶ୍ୱ ଚାମ୍ପିଅନସିପରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୨ ବର୍ଷୀୟ ଏହି ଯୁବ ଖେଳାଳି ସିନିୟର ପୁରୁଷଙ୍କ ୧୦୦୦ ମିଟର ସ୍ପ୍ରିଣ୍ଟ ରେସରେ ୧:୨୪.୯୨୪ ସେକେଣ୍ଡରେ ସମୟ ବିଜୟ ହାସଲ କରିଥିଲେ । ଏବଂ ଏହି ଖେଳରେ ଭାରତର ପ୍ରଥମ ବିଶ୍ୱ ଚାମ୍ପିଅନ ହୋଇଥିଲେ।

ଏହାର ଠିକ ଗୋଟିଏ ଦିନ ପୂର୍ବରୁ ବେଲକୁମାର 500 ମିଟର ସ୍ପ୍ରିଣ୍ଟରେ ୪୩.୦୭୨ ସେକେଣ୍ଡ ସମୟ ସହିତ ଐତିବାସିକ ବ୍ରୋଞ୍ଜ ମେଡ଼ାଲ ଜିତିଥିଲେ ।

ଏହାସହିତ ଏହି ଐତିହାସିକ ସଂନ୍ଧ୍ୟାରେ ଯୋଗ ଦେଇ କୃଷ ଶର୍ମା ଜୁନିଅର 1000 ମିଟର ସ୍ପ୍ରିଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହିଭଳି ଭାବରେ ଭାରତ ଏହି ଚମ୍ପିୟାନସିପରେ 2ଟି ଗୋଲ୍ଡ ମେଡ଼ାଲ ନିଜ ନାମରେ କରିଥିଲା ।

ଏହି ବର୍ଷ ଆରମ୍ଭରେ, ଆନନ୍ଦକୁମାର ବେଲକୁମାର ଚେଙ୍ଗଦୁରେ ଅନୁଷ୍ଠିତ ବିଶ୍ୱ କ୍ରୀଡାରେ ମଧ୍ୟ ନିଜର ଛାପ ସୃଷ୍ଟି କରିଥିଲେ । ଯେଉଁଠାରେ ସେ ୧୦୦୦ ମିଟର ସ୍ପ୍ରିଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହି କ୍ରୀଡାରେ ରୋଲର ସ୍ପୋର୍ଟରେ ଭାରତର ଏହା ପ୍ରଥମ ପଦକ ଥିଲା।