CHARIDHAM

ଛୋଟ ହେଲେ ବି ସାଙ୍ଘାତିକ; ପାଟି ଘା’ ଅଣଦେଖା ନ କରି ଆପଣାନ୍ତୁ ଏହି ଘରୋଇ ଉପଚାର

Mouth ulcer:ପାଟି ଘା’ରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ଭୁବନେଶ୍ୱର:ଖାଇବା ଉପଭୋଗ କରିବା ସମୟରେ ଯଦି ପାଟିରେ କୌଣସି ପ୍ରକାରର ଘା ହେଇଥାଏ ତେବେ ବହୁତ ବିରକ୍ତି ଲାଗେ । ପାଟି ଘାର ବିଭିନ୍ନ କାରଣ ରହିଥାଏ। ସବୁଠାରୁ ମୁଖ୍ୟ କାରଣ ହେଲା ଭିଟାମିନର ଅଭାବ । ଭିଟାମିନ ବି-୧ବା ଆୟାମିନ, ବି-୨ ବା ରାଇବୋ ପ୍ଲାଭିନ, ବି-୩ ଓ ବି-୬ର ଅଭାବ ହିନ ମୁଖ୍ୟତଃ ପାଟି ଘାର କାରଣ ହୋଇଥାଏ ।

କାହିଁକି ହୁଏ ଏଭଳି ରୋଗ : ସଂକ୍ରମଣ ଯୋଗୁଁ ମଧ୍ୟା ଜିଭରେ ପାଟି ଘା ସୃଷ୍ଟି ହୋଇଥାଏ । ସିଫିଲିସିର ଜୀବାଣୁ ଏଡସ ରୋଗର ଭୂତାଣୁ ଏବଂ କେତେକ କବକ ସାଧାରଣତଃ ଏଥିପାଇଁ ଦାୟୀ । ଆମ ଶରୀରରୁ ଜଳୀୟ ଅଂସ କମିଗଲେ ପାଟି ଓ ଜିଭ ଅଧିକାଂଶ ସମୟ ଶୁଖିଲା ରହିଲେ, ପାତିରୁ କମ୍ ଲାଳ ବାହାରିଲେ ବେଳେବେଳେ ତାହା ପାଟି ଘା’ର କାରଣ ହୋଇଥାଏ ।

ଦାନ୍ତ ଅଧା ଭାଙ୍ଗିଯାଇଥିଲେ, ଦାନ୍ତର ଅଗ୍ରଭାଗ ଧାରୁଆ ହୋଇଥିଲେ ଏବଂ ଭୁଲ ମାପର କୃତ୍ରିମ ଦାନ୍ତ ଲଗାଇଥିଲେ ତାହା ଜିଭକୁ ଆଘାତ କରି ତୁଣ୍ଡ ଘା ଏସଆରଇଉଏସଟିଆଇ କରିଥାଏ । କେବଳ ଏତିକି ନୁହେଁ ଅତି ରାଗ ଓ ମସଲାଯୁକ୍ତ ଖାଦ୍ୟ ବେଳେବେଳେ ପାଟି ଘା’ର ଅନ୍ୟତମ କାରଣ ।

ଜିହ୍ଵା କର୍କଟର ପ୍ରାଥମିକ ଅବସ୍ଥାରେ କେତେକଙ୍କଠାରେ ପାଟି ଘା’ ଦେଖାଯାଇଥାଏ । ରକ୍ତଚାପ କମାଇବା ପାଇଁ ଓ ଶ୍ଵାସରୋଗର ଉପଶମ ପାଇଁ ଖିଆଯାଉଥିବା କେତେକ ଔଷଧ ମଧ୍ୟା ବେଳେବେଳେ ପାଟି ଘା’ର କାରଣ ହୋଇଥାଏ । ପାଟି ଓ ଜିଭକୁ ଭଲ ଭାବରେ ସଫା ନ କଲେ ତାହା ବି ପାଟି ଘା’ ସୃଷ୍ଟି କରିଥାଏ ।

ଭଲ କରିବାର ଘରୋଇ ଉପାୟ : ଆଲୋଭେରାରେ ପ୍ରଦାହ-ବିରୋଧୀ ଏବଂ ଚର୍ମ-ପ୍ରତିକାରକାରୀ ଗୁଣ ରହିଛି ଯାହା ମୁଖ ଘା ଶୀଘ୍ର ଭଲ କରିବାରେ ସାହାଯ୍ୟ କରିପାରେ।

କିପରି ବ୍ୟବହାର କରିବେ:ଏହା କରିବା ପାଇଁ, ଆଲୋଭେରା ପତ୍ରରୁ ଜେଲ୍ ବାହାର କରନ୍ତୁ ଏବଂ ଏହାକୁ ସିଧାସଳଖ ଫୋଟକାରେ ଲଗାନ୍ତୁ, ପ୍ରାୟ ୨୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ। ତା’ପରେ, ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟାକୁ ଦିନକୁ ଦୁଇଥର କରନ୍ତୁ।

ଲୁଣ ପାଣି : ଲୁଣ ପାଣି ବ୍ୟବହାର କରିବା ଦ୍ୱାରା ପାଟି ଘା’ ଦୂର ହୋଇପାରିବ। ଲୁଣ ପାଣିରେ ଆଣ୍ଟିସେପ୍ଟିକ୍ ଗୁଣ ଥାଏ ଯାହା ପାଟି ଘା’ ସଫା କରିବାରେ ଏବଂ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ।

କିପରି ବ୍ୟବହାର କରିବେ:ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଅଧ ଚାମଚ ଲୁଣ ମିଶାଇ ପାଟିରେ ୩୦ ସେକେଣ୍ଡରୁ ଏକ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ତା’ପରେ ଏହାକୁ ଛେପ ଦିଅନ୍ତୁ। ଆପଣ ଏହି ପ୍ରକ୍ରିୟାକୁ ଦିନକୁ ଦୁଇରୁ ତିନି ଥର ପୁନରାବୃତ୍ତି କରିପାରିବେ।

ଗୁଜୁରାତି : ଏହାକୁ ଖାଇଲେ ଯେ କେବଳ ସୁଗନ୍ଧ ଆସିଥାଏ ତାହା ନୁହେଁ ବରଂ ଏହା ପାଟି ଘାକୁ ଭଲ କରିବାରେ ସହାୟକ ହୋଇଥାଏ। ପାଟି ଘାକୁ ଭଲ କରିବା ପାଇଁ ଗୁଜୁରାତି ଦାନାକୁ ଗୁଣ୍ଡ କରି ମହୁରେ ମିଶାଇ ଘାରେ ଲଗାନ୍ତୁ। ଏପରି କଲେ ପାଟି ଘା’ ଜଲଦି ଭଲ ହେବ।

କଣ ମନେ ରଖିବା ଉଚିତ:
ଅତ୍ୟଧିକ ତେଲ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ।
ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଜିନିଷ ଖାଅ ନାହିଁ।
ପ୍ରଚୁର ପାଣି ପିଅନ୍ତୁ ଯାହା ଦ୍ଵାରା ଆପଣଙ୍କ ପାଟି ଶୁଖିଲା ନ ରହେ।
ଯଦି ଫୋଟକା ୨ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଭଲ ନହୁଏ, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।