IND vs OMA Live Streaming: ଦୁବାଇ ନୁହେଁ, ଏବେ ଏହି ମଇଦାନରେ ଖେଳିବ ଟିମ୍ ଇଣ୍ଡିଆ
ଜାଣନ୍ତୁ କେଉଁଥିରେ ଦେଖିପାରିବେ ଲାଇଭ୍ ମ୍ୟାଚ୍।
ଓଡିଶାଭାସ୍କର: ଏସିଆ କପ୍ ୨୦୨୫ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି। ପ୍ରଥମ ଦୁଇଟି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜିତି ଭାରତୀୟ ଦଳ ସୁପର୍ ଫୋରରେ ନିଜର ସ୍ଥାନ ପକ୍କା କରିଛି।
ଟିମ୍ ଇଣ୍ଡିଆ UAEକୁ ୯ ଓ୍ୱିକେଟରେ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଭାରତୀୟ ଦଳ ପାକିସ୍ତାନକୁ ୭ ଓ୍ୱିକେଟରେ ମାଟି ଚଟାଇଥିଲା।
ଏବେ ଟିମ୍ ଇଣ୍ଡିଆ ତାର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଓମାନ ବିପକ୍ଷରେ ଖେଳିବ। ଏମାନ ସୁପର ଫୋର୍ ଦୌଡରୁ ପୂର୍ବରୁ ବାଦ ପଡିଛି ଏବଂ ଏହା ଦଲର ଶେଷ ମ୍ୟାଚ୍ ହେବ।
IND vs OMA ମ୍ୟାଚ୍: ଭାରତ ଏବଂ ଓମାନ ମଧ୍ୟରେ ଏହି ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ। ଟିମ୍ ଇଣ୍ଡିଆ ଏହାର ଉଭୟ ପ୍ରଥମ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଦୁବାଇ କ୍ରିକେଟ୍ ଷ୍ଟାଡିୟମରେ ଖେଳିଥିଲା।
କିନ୍ତୁ ଓମାନ ବିପକ୍ଷରେ ଭାରତଦୀୟ ଦଳ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ମ୍ୟାଚ୍ କେଳିବ। ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ, ଟସ୍ ସନ୍ଧ୍ୟା ୭.୩୦ରେ ହେବ।
ପ୍ରଶଂସକମାନେ ସୋନି ସ୍ପୋର୍ଟସ୍ ନେଟୱାର୍କରେ ମ୍ୟାଚ୍ ଲାଇଭ୍ ଦେଖିପାରିବେ। ଏହା SonyLIV ଆପ୍ ଏବଂ ୱେବସାଇଟରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ହେବ।
ଭାରତୀୟ ଦଳର ରେକର୍ଡ: ଆବୁଧାବି ଷ୍ଟାଡିୟମରେ ଭାରତୀୟ ଦଳର ରେକର୍ଡ ୧୦୦% ରହିଛି। ପ୍ରକୃତରେ ଟିମ୍ ଇଣ୍ଡିଆ ଏହି ଗ୍ରାଉଣ୍ଡରେ କେବଳ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛି।
ଏହି ମ୍ୟାଚ୍ ୨୦୨୧ ଟି-୨୦ ବିଶ୍ୱକପ୍ ସମୟରେ ଖେଳାଯାଇଥିଲା, ଯେତେବେଳେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନ ସହିତ ମୁକାବିଲା କରିଥିଲା। ଟିମ୍ ଇଣ୍ଡିଆ ସେହି ମ୍ୟାଚ୍ କୁ ୬୬ ରନ୍ ରେ ଜିତିଥିଲା।
ତେଣୁ ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଏକ ସ୍ୱତନ୍ତ୍ର ମ୍ୟାଚ୍ ହେବ। କାରଣ ଭାରତୀୟ ଦଳ ନିଜର ୨୫୦ତମ ଟି-୨୦ ମ୍ୟାଚ୍ ଖେଳିବ। ପାକିସ୍ତାନ ପରେ ୨୫୦ଟି ଟି-୨୦ ମ୍ୟାଚ୍ ଆୟୋଜନ କରିବାରେ ଦ୍ୱିତୀୟ ଦଳ ହେବେ।
ଭାରତ-ଓମାନ ଦଳ:
ଭାରତ ଦଳ: ସୁର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ, ଅଭିଷେକ ଶର୍ମା, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ସଞ୍ଜୁ ସାମସନ୍, ହର୍ଷିତ ରାଣା, ରିଙ୍କୁ ସିଂହ।
ଓମାନ ଦଳ: ଜତିନ୍ଦର ସିଂ (ଅଧିନାୟକ), ହମ୍ମାଦ ମିର୍ଜା, ବିନାୟକ ଶୁକ୍ଳା, ସୁଫିଆନ ୟୁସୁଫ, ଆଶିଷ ଓଡେଡେରା, ଆମିର କଲିମ, ମହମ୍ମଦ ନଦୀମ, ସୁଫିଆନ ମହମୁଦ, ଆର୍ଯ୍ୟାନ ବିଷ୍ଟ, କରଣ ସୋନାୱାଲେ, ଜିକ୍ରିୟା ଇସଲାମ, ହସନେନ୍ ଅଲ୍ଲୀ ଶାହ, ଫୈଜଲ ଶାହ, ମହମ୍ମଦ ଇମ୍ରାନ, ନଦୀମ ଖାନ, ଶକିଲ ଅହମ୍ମଦ, ସମୟ ଶ୍ରୀବାସ୍ତବ।