CHARIDHAM

ବଦଳିଲା ପାଣିପାଗ, ବର୍ଷା ପରେ ଏଣିକି କଲବଲ କରିବ ଗରମ, ୪୮ ଘଣ୍ଟା ଯାଏଁ ଗୁଳୁଗୁଳିରୁ ମିଲିବନି ନିସ୍ତାର

୨୬ ତାରିଖରୁ ବଦଳିବ ପାଗ।

ଭୁବନେଶ୍ୱର: ବଦଳିଲା ପାଣିପାଗ, ବର୍ଷା ପରେ ଏଣିକି କଲବଲ କରିବ ଗରମ ଓ ଗୁଳୁଗୁଳି। ଆସନ୍ତା ୪୮ ଘଣ୍ଟା ଯାଏଁ ଗରମ ଓ ଗୁଲୁଗୁଳି ଲାଗିରହିବା ଅନୁମାନ କରିଛି ପାଣିପାଗ ବିଭାଗ।

ଏହାସହ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇପାରେ। ହେଲେ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ଅନୁମାନ କରାଯାଉନାହିଁ। ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅନୁଭୂତ ହେବ। ବିଶେଷ କରି ଦକ୍ଷିଣ ଅଭ୍ୟନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଦେଖିବାକୁ ମିଳିବ।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ହେଲେ ୨୩ ତାରିଖ ପରଠାରୁ ରାଜ୍ୟରେ ବର୍ଷା ବୃଦ୍ଧି ନେଇ ପାଣିପାଗ ବିଭାଗର ଅନୁମାନ।

୨୩ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାପରେ ଦ୍ୱିତୀୟ ଲଘୁଚାପ ୨୬ରେ ସୃଷ୍ଟି ହୋଇପାରେ। ପ୍ରଭାବରେ ୨୬ ତାରିଖରେ ବଦଳିବ ପାଗ। ଏବଂ ୨୯ ତାରିକ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।  ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।