ମଣିପୁର: ପୁଣି ସେନାଙ୍କ ଉପରେ ଆକ୍ରମଣ। ମଣିପୁରରେ ଆସାମ ରାଇଫଲ୍ସର ଗାଡ଼ିକୁ ଆକ୍ରମଣ। ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଅର୍ଦ୍ଧସାମରିକ ବାହିନୀର ଗାଡି ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଅଜ୍ଞାତ ବନ୍ଧୁକଧାରୀ।
ଏହି ଘଟଣାରେ ଆସାମ ରାଇଫଲ୍ସର ଜଣେ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜିଲ୍ଲାର ନାମ୍ବୋଲ ସବଲ ଲେଇକାଇ ଅଞ୍ଚଳରେ ଘଟିଥିଲା।
“ଅସ୍ତ୍ରଶସ୍ତ୍ରଧାରୀ କିଛି ଅଜ୍ଞାତ ବ୍ୟକ୍ତି ଇମ୍ଫାଲରୁ ବିଷ୍ଣୁପୁର ଜିଲ୍ଲାକୁ ଆସାମ ରାଇଫଲ୍ସ କର୍ମଚାରୀମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ କରିଥିଲେ।” ଏହି ଆକ୍ରମଣରେ ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।