fbpx

ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, ୨୪ା୧୨(ଓଡ଼ିଶା ଭାସ୍କର): ଆଜି ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଆରମ୍ଭ ହୋଇ ବେଳାଭୂମି ମହୋତ୍ସବ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ କଣ୍ଠଶିଳ୍ପୀ ସୋନୁ ନିଗମ । ଏଥିସହ ରୁଷିଆରୁ ଏକ ନୃତ୍ୟଶିଳ୍ପୀ ଦଳ ଏହି ମହୋତ୍ସବରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ତେବେ ମହୋତ୍ସବରେ ଓଲିଉଡ୍ ଅଭିନେତା ଅନୁଭବ, ବର୍ଷା, ସବ୍ୟସାଚୀ, ଅଚ୍ଚିର୍ତା, ଏଲିନା, ହରିହର ଦାସ, କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ସମେତ ବ୍ରହ୍ମପୁର ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପ୍ ଏବଂ ଜାତୀୟ ଓ ଅନ୍ତର୍ଜାତୀୟସ୍ତର କଳାକାରମାନେ ଯୋଗ ଦେଇ ସେମାନଙ୍କ କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ ।

Get real time updates directly on you device, subscribe now.