Dada Saheb Phalke Award: ମାଲାୟଲମ ସୁପରଷ୍ଟାରଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର; ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଦମଦାର ଅଭିନୟ

Dada Saheb Phalke Award:ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି ଯେ ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ।

ନୂଆଦିଲ୍ଲୀ: ଭାରତ ସରକାର ମାଲାୟଲମ ଅଭିନେତା ମୋହନଲାଲଙ୍କୁ ୨୦୨୩ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପାଇବାକୁ ଘୋଷଣା କରିଛନ୍ତି। ଏହା ସିନେମା କ୍ଷେତ୍ରରେ ସବୁ ବଡ଼ ସମ୍ମାନ। ଏହି ଅଭିନେତା ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଅନେକ ଜାତୀୟ ପୁରସ୍କାର ମଧ୍ୟ ଜିତିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି ଯେ ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ କହିଛି, “ମୋହନଲାଲଙ୍କ ଚମତ୍କାର ସିନେମା ଯାତ୍ରା ପିଢ଼ିକୁ ପ୍ରେରଣା ଦେଇ ଚାଲିଛି। ଏହି କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଭାରତୀୟ ସିନେମାରେ ତାଙ୍କର ବିଶିଷ୍ଟ ଅବଦାନ ପାଇଁ ସମ୍ମାନିତ କରାଯାଉଛି।” ସେପ୍ଟେମ୍ବର ୨୩ରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଅଭିନେତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ।

ସୂଚନାମୁତାବକ ଭାରତୀୟ ସିନେମା ଜଗତରେ ଅନେକ ପ୍ରତିଷ୍ଠିତ ପୁରସ୍କାର ଅଛି । ଏଥିମଧ୍ୟରୁ ଦାଦା ସାହେବ ଫାଲକେ ପୁରସ୍କାର ହେଉଛି, ଯାହା ସିନେମା କ୍ଷେତ୍ରରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର।

ଭାରତ ସରକାର ଦାଦା ସାହେବ ଫାଲକେ ପୁରସ୍କାର ୨୦୨୩ ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛନ୍ତି । ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଏହି ଖବର ଅଭିନେତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ଏବଂ ଆନନ୍ଦ ବାତାବରଣ ସୃଷ୍ଟି କରିଛି।

ଦାଦା ସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ ଆଧାରରେ ଏହି ଘୋଷଣା କରାଯାଇଛି। ଏହି ପୁରସ୍କାରକୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବରେ ବିବେଚନା କରାଯାଏ। ମୋହନଲାଲଙ୍କୁ ସେପ୍ଟେମ୍ବର ୨୩ , ୨୦୨୫ରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏହି ପୁରସ୍କାର ପ୍ରଦାନ କରାଯିବ।

୪୦୦ ରୁ ଅଧିକ ଫିଲ୍ମରେ କରିଛନ୍ତି ଦମଦାର ଅଭିନୟ…

ମୋହନଲାଲଙ୍କ ଚଳଚ୍ଚିତ୍ର ଯାତ୍ରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଗଭୀର ପ୍ରେରଣାଦାୟକ। ସେ କେବଳ ଅଭିନୟରେ ନୁହେଁ ବରଂ ନିର୍ଦ୍ଦେଶନା ଏବଂ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିଛନ୍ତି।

ସେ ଏପର୍ଯ୍ୟନ୍ତ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ କେବଳ ମାଲାୟଲମ୍ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।