Big Breaking: ଭୟଙ୍କର ବାଣ ବିସ୍ଫୋରଣରେ ଉଡ଼ିଲା ଘର ଛାତ , ଜଣେ ମୃତ, ୫ଗୁରୁତର
ଭୟଙ୍କର ବାଣ ବିସ୍ଫୋରଣରେ ଉଡ଼ିଲା ଘର ଛାତ
ଭୁବନେଶ୍ୱର: ବୌଦ୍ଧର ପୁରୁଣା କଟକ ଥାନା ଜିଆଁକଟା-ଛତ୍ରପୁର ଠାରେ ଭୟଙ୍କର ବାଣ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ଘରର ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଭୁଶୁଡ଼ି ପଡ଼ିଥିବା ଛାତ ତଳେ କିଛି ଲୋକ ଚାପି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଉ କିଛି ଛାତ ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ପାଖାପାଖି ପାଞ୍ଚ ଜଣ ଲୋକ ଗୁରୁତର ହେଇଛନ୍ତି । ମୃତକ ଜଣକ ନାମ ହେଉଛି ଲକ୍ଷ୍ମୀଧର ବେହେରା । ପୋଲିସ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ପ୍ରକ୍ରିୟା ଚାଲୁ ରହିଛି ।ବାଣ ବିସ୍ଫୋରଣରେ ଘର ଦ୍ୱାରା ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି ।
ତେବେ ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି ।ବାଣ ବିସ୍ଫୋରଣରେ ଅନେକଙ୍କ ଜୀବନ ଯାଇଥିବାର ଦେଖିବାକୁ ମିଳିଛି ।