ରୁଷିଆକୁ ନାଲିଆଖି ଦେଖେଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ,କହିଲେ ଏଥର ଭୁଲ କଲେ ….
Ukraine war briefing: ରୁଷିଆକୁ ଡ଼ରାଇଲେ ଟ୍ରମ୍ପ ,କହିଲେ....
ୱାସିଂଟନ ଡି.ସି: ରୁଷିଆ ବିରୋଧରେ ଯାଇ ନାଟୋ ଦେଶକୁ ରକ୍ଷା କରିବାର ପ୍ରତିଶୃତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟ୍ରମ୍ପ ଏପରି କିଛି କହିଥିଲେ ଯାହାକୁ ନେଇ ପୁଣି ଚର୍ଚ୍ଚା ଚାଲିଛି।
ଯଦି ରୁଷିଆ ନାଟୋ ଦେଶଗୁଡିକ ଉପରେ ଆକ୍ରମଣ କରେ, ତେବେ ଡୋନାଲ୍ଡ ଟ୍ରମ୍ପ ରୁଷିଆ ବିରୋଧରେ ଯିବେ କି ନାଇଁ ଜଣେ ସାମ୍ବାଦିକ ପଚାରିଥିଲେ । ଉତ୍ତରରେ ଟ୍ରମ୍ପ କହିଥିଲେ କି ରୁଷିଆ ଯଦି ନାଟୋ ସଂଗଠନ ଉପରେ ଆକ୍ରମଣ କରିବ ଏହାର ଉଚିତ ଜବାବ ପାଇବ।
ଯଦି ଭବିଷ୍ୟତରେ ପୋଲାଣ୍ଡ ଓ ବାଲିଷ୍ଟିକ ଦେଶ ଉପରେ ପୁଟିନଙ୍କ ସେନା ଆକ୍ରମଣ କରନ୍ତି ଆମେରିକା ନିଶ୍ଚିନ୍ତ ଭାବେ ପ୍ରତିରୋଧ କରିବ। ଏହାସହ ସେ କହିଥିଲେ ଗତ ଦୁଇ ସପ୍ତାହ ହେବ ଇଷ୍ଟୋନିଆ, ପଲିସ ଓ ରୋମାନିଆର କିଛି ଅଞ୍ଚଳରେ ରୁଷିଆ ଡ୍ରୋନ ଓ ଲଢୁଆ ବିମାନରେ ଆକ୍ରମଣ କରୁଛି । ବିଶ୍ବର ଅନେକ ରାଷ୍ଟ୍ର ଏହି ଘଟଣାକୁ ନିନ୍ଦା କରୁଛନ୍ତି।
ନାଟୋର ଧାରା ୫ ଅନୁଯାୟୀ ସମସ୍ତ ସଦସ୍ୟ ରାଷ୍ଟ୍ର ପରସ୍ପରକୁ ରକ୍ଷାକରିବା ପାଇଁ ପ୍ରତିବଦ୍ଧ । ଏଣୁ ରୁଷିଆ କୌଣସି ନାଟୋ ଦେଶ ଉପରେ ଆକ୍ରମଣ କଲେ ଏହାର ପରିଣାମ ଅତି ଭୟଙ୍କର ହେବ ବୋଲି ଚେତେଇ ଦେଇଛନ୍ତି।
କିଛି ଦିନ ତଳେ ଇଷ୍ଟୋନିଆ ଉପରେ ରୁଷିଆ ଆକ୍ରମଣ କରୁଥିବା ସମୟରେ ନାଟୋ ଓ ରୁଷିଆ ସେନା ମଧ୍ୟରେ ଭୀଷଣ ଲଢେଇ ହୋଇଥିଲା। ଏଥିରେ ରୁଷିଆର ୩ଟି ମିଗ-୩୧ ଲଢୁଆ ବିମାନକୁ ନାଟୋ ସେନା ପ୍ରତିରୋଧ କରିବାରେ ସଫଳ ହୋଇଥିଲା । ଆଉ ଏହା ରୁଷିଆର ଏକ ବଡ କ୍ଷତି ବୋଲି କୁହାଯାଉଛି ।
ନାଟୋ କଣ ?
ସୂଚାନମୂତାବକ ୧୯୪୯ ମସିହାରେ ଆମେରିକା ସମେତ ୧୧ଟି ଦେଶ ମିଶି ନାଟୋ ସଂଗଠନ ଗଠନ କରିଥିଲେ। ଆମେରିକା ବ୍ୟତୀତ ୟୁ.କେ, ଫ୍ରାନ୍ସ, କାନାଡା ଭଳି ଅନେକ ପ୍ରଭାବଶାଳୀ ଦେଶ ଏହାର ସଦସ୍ୟ ରହିଛନ୍ତି। ଉତ୍ତର ଆମେରିକା ଓ ଇଉରୋପୀୟ ଦେଶଗୁଡିକରେ ସ୍ବାଧୀନତା ଓ ଶାନ୍ତି ବଜାୟ ରଖିବା ପାଇଁ ନାଟୋ ଗଠନ କରାଯାଇଥିଲା।