(VIDEO)ଅନ୍ଧାରୁଆ ଗଳି ଦେଖି ଅଜା-ନାତୁଣୀ କରୁଥିଲେ ଖେଳ, ହେଲା ପାଣି ବର୍ଷା

ଆଜିର ଦୁନିାରେ ଆଉ କଣ କଣ ସବୁ ଦେଖିବାକୁ ପଡ଼ବ । ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ବେସ ଭାଇରାଲ ହେଉଛି। ଚାଲନ୍ତୁ ଦେଖିବା ତାହା କଣ ?

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଭାଇରାଲ କଣ୍ଟେଣ୍ଟ ପାଇଁ ଏକ ବେଷ୍ଟ ପ୍ଲାଟଫର୍ମ । ଏଠାରେ ଯେକୌଣସି ସମୟରେ କିଛି ବି ଭାଇରାଲ ହୋଇପାରେ। ପ୍ରତିଦିନ ସୋସିଆଲ ମିଡିଆରେ ଅଗଣିତ ଜିନିଷ ପୋଷ୍ଟ ହୁଏ, ଯାହା ତୁମେ ନିହାତି ଦେଖୁଥିବ। ଇଣ୍ଟରନେଟରେ ଯେଉଁ ପୋଷ୍ଟ ଯୁଜର୍ସଙ୍କୁ ୟୁନିକ ଲାଗେ କିମ୍ବା ସେମାନଙ୍କ ଧ୍ୟାନ ଆକର୍ଷିତ କରେ, ସେହି ଫଟୋ- ଭିଡିଓ ଭାଇରା ହୋଇଯାଏ । ବର୍ତ୍ତମାନ ଏକ ଭିଡିଓ ବେସ ଭାଇରାଲ ହେଉଛି। ତେବେ ସେ ଭାଇରାଲ ଭିଡିଓଟି କଣ, ଚାଲନ୍ତୁ ଦେଖିବା ।

ଭାଇରାଲ ଭିଡିଓରେ କ’ଣ?

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଜଣେ ଝିଅ ଏକ ସ୍କୁଟର ପାଖରେ ଠିଆ ହୋଇଥିବା ଦେଖାଯାଉଛି ଯେତେବେଳେ ଜଣେ ଜେଜେ ବୟସର ବ୍ୟକ୍ତି ତାଙ୍କ ପାଖକୁ ଆସୁଛନ୍ତି। ଏବଂ ସେ ଆସିବା ମାତ୍ରେ, ଝିଅଟି ତାଙ୍କ ପାଖକୁ ଯିବା ସହ ତାଙ୍କୁ ଆଲିଙ୍ଗନ କରୁଛି । ତା’ପରେ ଅଙ୍କଲ ଜଣକ ତାଙ୍କୁ କୋଳରେ ଉଠାଇ ସ୍କୁଟରରେ ବସାଇ ତାଙ୍କ ଆଗରେ ଆଣ୍ଠୁ ମାଡ଼ି ବସୁଛନ୍ତି। ସେ ଉଠି ପୁଣି ଥରେ ତାଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ଯେତେବେଳେ ସେମାନେ ହାତ ଧରା ଧରି ହୋଇ ଠିଆ ହୋଇଥିଲେ, କେହି ଜଣେ ସେମାନଙ୍କ ଉପରେ ପାଣି ଫୋପାଡ଼ିଲେ। ପାଣି ଫୋପାଡ଼ିବା ପରେ ତୁରନ୍ତ, ସେମାନେ ଦୁହେଁ ଦୌଡ଼ି ପଳାଇଗଲେ।

ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଛି । ଏବଂ ଏହି ଭିଡିଓକୁ ଦେଖି ୟୁଜର୍ସମାନେ ମଧ୍ୟ ମଜାଦାର କମେଣ୍ଟ୍ସ ଦେଉଛନ୍ତି । ଭିଡିଓଟିକୁ ପ୍ରାୟ 12,000 ରୁ ଅଧିକ ଲୋକ ଦେଖିସାରିଛନ୍ତି ।

ଭିଡିଓଟି ଦେଖିବା ପରେ, ଜଣେ ବ୍ୟବହାରକାରୀ କମେଣ୍ଟ୍ସ ଦେଇଛନ୍ତି, “ଏସବୁ କଣ ଦେଖିବାକୁ ମିଳୁଛି?” ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଅଙ୍କଲଙ୍କର କେବଳ ଚୁଟି ଉପୁଡିଛି, କିନ୍ତୁ ତାଙ୍କ ଯୌବନ ଏବେ ବି ଆଗଭଳି ଅଛି।”