ଭୁବନେଶ୍ୱର: ବିଜୁ ଜନତା ଦଳରୁ ସସ୍ପେଣ୍ଡ ହେଲେ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ର । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାକୁ ଆସିବା ପରେ ଆଜି ଦଳରୁ ତାଙ୍କୁ ନିଲମ୍ବନ କରାଯାଇଛି ।
ପାଣ୍ଡିଆନଙ୍କୁ ଇଙ୍ଗିତ କରି ଶ୍ରୀମୟୀ ଧୃତରାଷ୍ଟ୍ର ଓ ଭକ୍ତ ସନ୍ନ୍ୟାସୀ କହି କଟାକ୍ଷ କରିଥିଲେ । ଯାହାପରେ ଦଳ ପକ୍ଷରୁ ଶ୍ରୀମୟୀଙ୍କ ଉପରେ ବଡ଼ ଆକ୍ସନ ନେଇଛି ଦଳ ।
ବିଜେଡି ଦଳ ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ ।
ଏ ନେଇ ଶ୍ରୀମୟୀଙ୍କ ପ୍ରତିକ୍ରିୟା ଆସିନାହିଁ । ପୂର୍ବରୁ ଦଳ ବିରୋଧରେ କିମ୍ବା ପାଣ୍ଡିଆନଙ୍କ ବିରୋଧରେ ଯେଉଁ ନେତା ମୁହଁ ଖୋଲି ଛନ୍ତି ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଛି ।
ଏବେ ପ୍ରଶ୍ନ, ଶ୍ରୀମୟୀ କେଉଁ ଡାଳ ଧରିବେ । ସେ ପାଣ୍ଡିଆନଙ୍କ ଭଳି ରାଜନୀତିରୁ ସନ୍ୟାସ ନେବେ କି କଂଗ୍ରେସ, ବିଜେପି ସହିତ ହାତ ମିଳାଇବେ?