ସ୍ୱାମୀହନ୍ତା ମୁସ୍କାନ ଏବେ ୮ ମାସର ଗର୍ବଭତୀ, ଜେଲରୁ ବାହାରିବା ପାଇଁ କରୁଛି ନବରାତ୍ରିରେ ଉପବାସ, ସୁନ୍ଦରକାଣ୍ଡ ପାଠ

ଜେଲରେ କେତେ ବଦଳିଛି ନରହନ୍ତା ମୁସ୍କାନର ଚାଲିଚଳନୀ।

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ମେରଠରେ ଘଟିଥିବା କୁଖ୍ୟାତ ସୌରଭ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୁସ୍କାନ ଏବେ ପୁଣି ଏକ ନୂଆ କାରଣ ପାଇଁ ଖବରରେ ଅଛି।

ଏବେ ଯେହେତୁ ନବରାତ୍ରି ଚାଲିଛି ତେଣୁ ଜେଲରୁ ମୁକ୍ତି ପାଇବା ପାଇଁ ନବରାତ୍ରିରେ ଉପବାସ କରୁଛି। ଏନେଇ ଜେଲ ଅଧୀକ୍ଷକ କହିଛନ୍ତି ଯେ ମୁସ୍କାନ ନିୟମିତ ଭାବରେ ସୁନ୍ଦରାକାଣ୍ଡ ମଧ୍ୟ ପାଠ କରୁଛି।  ସେ ବିଶ୍ୱାସ କରନ୍ତି ଯେ, ଭାଗବାନଙ୍କ ପ୍ରତି ତାଙ୍କର ଭକ୍ତି ତାଙ୍କୁ ଦିନେ ନା ଦିନେ ଜେଲର ଚାରିକାନ୍ଥ ଭିତରୁ ବାହାରକୁ ବାହାର କରିବେ।

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା: ଯଦି ଦେଖିବା ମୁସ୍କାନ ତା ପ୍ରେମିକ ସାହିଲ ସହ ମିଶି ନିଜ ସ୍ୱାମୀ ସୌରଭକୁ ଅତି ନିର୍ମମଭାବେ ହତ୍ୟା କରିଥିଲା। ତାପରେ ମୃତଦେହକୁ ନୀଳ ଡ୍ରମରେ ଭର୍ତ୍ତି କରି ଫିଙ୍ଗି ଦେବାକୁ ଉଭୟ ଷଡ଼ଯନ୍ତ୍ର କରିଥିଲେ।

ପୋଲିସ ତଦନ୍ତ ପରେ ସାହିଲ ଏବଂ ମୁସ୍କାନଙ୍କୁ ଗିରଫ କରାଯାଇ ମେରଠର ଚୌଧୁରୀ ଚରଣ ସିଂହ ଜିଲ୍ଲା ଜେଲକୁ ପଠାଯାଇଥିଲା। ତଦନ୍ତରୁ ଜଣାପଡିଥିଲା ​​ଯେ ମୁସ୍କାନ ଏବଂ ସାହିଲଙ୍କ ସମ୍ପର୍କ ଏବଂ ନିଶା ହତ୍ୟାର ମୂଳ କାରଣ ଥିଲା।

ମୁସ୍କାନକୁ ଭେଟିବାକୁ କେହି ଆସିନାହାନ୍ତି: ଅଧିକାରୀଙ୍କ ଅନୁଯାୟୀ, ଜେଲକୁ ଆସିବା ପରଠାରୁ ଉଭୟଙ୍କ ଆଚରଣରେ ପରିବର୍ତ୍ତନ ଦେଖାଯାଇଛି।

ସାହିଲଙ୍କୁ ନିୟମିତ ତାଙ୍କ ଜେଜେମା ଓ ଭାଇ ଦେଖା କରିବାକୁ ଆସୁଛନ୍ତି ହେଲେ ମୁସ୍କାନକୁ ଦେଖା କରିବାକୁ କେହି ବି ଆସୁନାହାଁନ୍ତି। ଏହା ସତ୍ତ୍ୱେ ମୁସ୍କାନ ଆଧ୍ୟାତ୍ମିକତାର ପଥକୁ ଆପଣାଇଛନ୍ତି।  ଏବଂ ନିୟମିତ ଭାବରେ ଧାର୍ମିକ ଗ୍ରନ୍ଥ ପାଠ କରୁଛନ୍ତି।

ମୁସ୍କାନ ଆଠ ମାସର ଗର୍ଭବତୀ: ଜେଲ ପ୍ରଶାସନ ଅନୁଯାୟୀ, ମୁସ୍କାନ ବର୍ତ୍ତମାନ ଆଠ ମାସର ଗର୍ଭବତୀ ରହିଛି। ରିପୋର୍ଟ ଅନୁଯାୟୀ ସେ ଭଗବାନ କୃଷ୍ଣଙ୍କ ପରି ଏକ ସନ୍ତାନକୁ ଜନ୍ମ ଦେବାକୁ ଚାହାଁନ୍ତି।

ଏହି ବିଶ୍ୱାସକୁ ପାଳନ କରି, ସେ ପ୍ରତିଦିନ ସୁନ୍ଦରାକାଣ୍ଡ (ପବିତ୍ର ଶ୍ଳୋକ) ପାଠ କରନ୍ତି ଏବଂ ନବରାତ୍ରି ସମୟରେ ଉପବାସ ରଖିଛି। ଜେଲ ଅଧୀକ୍ଷକ କହିଛନ୍ତି ଯେ ମୁସ୍କାନ ବିଶ୍ୱାସ କରନ୍ତି ଯେ ତାଙ୍କର ଭକ୍ତି ଏବଂ ଉପବାସ ତାଙ୍କୁ ଶୀଘ୍ର ମୁକ୍ତି ଦେଇପାରେ।

ମୁସ୍କାନ ଏବେ ଜେଲ୍ ର ଚାରିକାନ୍ଥ ଭିତରେ ତାଙ୍କର ଭକ୍ତି ଏବଂ ଉପବାସ ପାଇଁ ଖବରରେ ଅଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଜେଲରେ ଥିବା ସମୟରେ ସେ ତାଙ୍କ ଜୀବନରେ ଧାର୍ମିକ ଅନୁଶାସନ ଗ୍ରହଣ କରିଛନ୍ତି, ଯାହା ତାଙ୍କୁ ମାନସିକ ଶାନ୍ତି ଏବଂ ଆତ୍ମନିୟନ୍ତ୍ରଣ ପ୍ରଦାନ କରୁଛି।