Big Breaking: ପ୍ରକାଶ ପାଇଲା OPSC ପରୀକ୍ଷା ଫଳ ; ପ୍ରିୟାଂଶୁ ପାଲ ଓଏଏସ୍‌ ଟପ୍ପର

କଟକ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । OPSC ର ଫଳାଫଳ ଆଜି ପ୍ରକାଶିତ ହୋଇଅଛି । ମୋଟ୍ ୩୮୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ। ଟପ୍ ଟେନ୍‌ରେ ଜଣେ ମହିଳା ଅଛନ୍ତି । ଏଥର ଟପ୍ ଟେନ୍‌ରେ ବାଜି ମାରିଛନ୍ତି ପୁଅ । ପ୍ରିୟାଂଶୁ ପାଲ ଓଏଏସ୍‌ ଟପ୍ପର। ପ୍ରିୟାଂଶୁ ପାଲ ଓଏଏସ୍‌ ଟପ୍ପର ହୋଇଥିବା ବେଳେ ଅନନ୍ୟା ମିଶ୍ର ଦ୍ବିତୀୟ, ଶୋଭନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି । ମୋଟ୍ ୩୮୯ ଜଣ ପରୀକ୍ଷାର୍ଥୀଙ୍କ ଭିତରୁ ୧୪୪ ମହିଳା ଅଛନ୍ତି ।

ସୂଚନାମୁତାବକ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥଲା , ଯଥା:- ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ।ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ଫଳାଫଳ ଆଜି ଘୋଷଣା ହୋଇଛି । ଲୋକସେବ ଆୟୋଗର ୱେବସାଇଟ୍ www.opsc.gov.inରେ ଫଳାଫଳ ଉପଲବ୍ଧ ରହିଛି ।