ସାଉଥ୍ ସୁପରଷ୍ଟାର ବିଜୟଙ୍କ ରାଲିରେ ଦଳାଚକଟା, ୩ ଶିଶୁଙ୍କ ସମେତ ୨୦ରୁ ଅଧିକ ସମର୍ଥକଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା
କରୁର: ସାଉଥ୍ ସୁପର ଷ୍ଟାର ଥଲପତି ବିଜୟଙ୍କ ଦ୍ୱାରା ତାମିଲନାଡୁ କରୁରଠାରେ ଅନୁଷ୍ଟିତ ରାଲିରେ ଦଳାଚକଟା ହୋଇଥିବା ସୂଚନା । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । ଦଳାଚକଟାରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।
୧୦ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମା. ଶୁଭ୍ରମଣିୟମ । ତାମିଲନାଡୁ କରୁର ସରକାରୀ ଡାକ୍ତରଖାନାରେ ଜରୁରୀକାଳୀନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ତରଫରୁ ଆଲର୍ଟ ଜାରି କରାଯାଇଛି ।
ଟିଭିଏସ୍ ପ୍ରେସିଡେଣ୍ଟ ବିଜୟ ଦଳୀୟ ପ୍ରଚାର ପାଇଁ କରୁରରେ ଆଜି ଏକ ରାଲିର ଆୟୋଜନ କରିଥିଲେ । ଯେଉଁଥିରେ ହଜାର ହଜାର ସଂଖ୍ୟକ ଲୋକ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଷ୍ଟନିଲଙ୍କ ଦ୍ୱାରା ମଧ୍ୟ ଜରୁରୀ କାଳିନ ବ୍ୟବସ୍ଥାକୁ କଡାକଡ଼ି କରିବାର ନିର୍ଦ୍ଦେଶ ଜାରି କରାଯାଇଛି । ଅନ୍ୟପଟେ ଘଟଣା ଉପରେ ସରକାରଙ୍କ କଡ଼ା ନଜର ଥିବା ସେ କହିଛନ୍ତି ।