fbpx

ଓଡିଶାକୁ ମିଳିଲା ୨ଟି ଜାତୀୟ ପୁରସ୍କାର

ଭୁବନେଶ୍ୱର,୨୦ ।୮(ଓଡିଶା ଭାସ୍କର): ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦ର ଫଳାଫଳ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ପରୀକ୍ଷଣରେ ଦେଶରେ ୪ର୍ଥ ଥର ପାଇଁ ନମ୍ବର ୱାନ୍ ସ୍ଥାନ ଅଧିକାର କରିଛି ମଧ୍ୟପ୍ରଦେଶର ଇନ୍ଦୋର ସହର । ଏହା ସହ ଏହି ପରୀକ୍ଷଣରେ ଓଡିଶାକୁ ମଧ୍ୟ ୨ଟି ଜାତୀୟ ପୁରସ୍କାର ମିଳିଛି । ଓଡିଶାକୁ ଦ୍ରୁତ ଅଗ୍ରଗତି ରାଜ୍ୟ ଭାବେ ପୁରସ୍କାର ମିଳିଛି । ଏହା ସହ ବ୍ରହ୍ମପୁର ମୁନସିପାଲ କର୍ପୋରେସନକୁ ପୁରସ୍କାର ଦିଆଯାଇଛି । ବେଷ୍ଟ ମିଡିୟମ ସିଟି ଇନୋଭେସନ ଆଣ୍ଡ ପ୍ରାକ୍ଟିସ୍ ପୁରସ୍କାର ଦିଆଯାଇଛି ।

Get real time updates directly on you device, subscribe now.