fbpx

ସୁନା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କେତେ

ଗତ କିଛି ଦିନ ତଳେ ସୁନା ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିଲା । ଏବେ କିନ୍ତୁ ଗ୍ରାହକଙ୍କ ପାଇଁ ଟିକେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ସୁନା ମୂଲ୍ୟରେ ବଡ଼ ଧରଣର ହ୍ରାସ ପାଇଛି । ଏବେ କିଛି ଦିନ ହେବ କ୍ରମାଗତ ଭାବେ ସୁନାଦର ହ୍ରାସ ପାଇବାରେ ଲାଗିଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦଶ ଗ୍ରାମ ପ୍ରତି ୫୨,୦୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୧ହଜାର ଟଙ୍କା ଥିଲା । ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ସପ୍ତାହ ତଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୬୦ହଜାର ପହଞ୍ଚିଥିବା ବେଳେ ୨୨ କ୍ୟାରେଟର ମୂଲ୍ୟ ୫୫,୪୭୦ଟଙ୍କା ଥିଲା ।
ସେହିପରି ଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ସୁନା ଦର ହ୍ରାସ ପାଇଛି । ମୁମ୍ବାଇରେ୨୪ କ୍ୟାରେଟ ସୁନାର ମୂଲ୍ୟ ୫୨,୦୦୦ ଥିବା ବେଳେ ୨୨ କ୍ୟାରେଟର ମୂଲ୍ୟ ୫୧,୦୦୦ ରହିଛି । ଦିଲ୍ଲୀରେ ମଧ୍ୟ ୫୫,୮୬୦ ଓ ୫୧୨୧୦ ଟଙ୍କା ରହିଛି ।

Get real time updates directly on you device, subscribe now.