fbpx

ଗୋଟିଏ ଦିନ ଲୋକସଭା ତ ଆଉ ଗୋଟିଏ ଦିନ ରାଜ୍ୟସଭା

ନୂଆଦିଲ୍ଲୀ,୨୧ ।୮: କରୋନା ସଙ୍କଟ ମଧ୍ୟରେ ଖୁବ ଶୀଘ୍ର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସଂସଦର ଅଧିବେଶନ ସେପ୍ଟେମ୍ବରର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ । କୁହାଯାଉଛି ଯେ, ଅଧିବେଶନ ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ଦିନେ ଲୋକସଭା ତ ତା’ପର ଦିନ ରାଜ୍ୟସଭା ଚାଲିବ । ଏପରି ଭାବେ ଅଧିବେଶନ ୪ ସପ୍ତାହ ଚାଲିପାରେ ।

ଏହା ସହ ଲୋକସଭାର ସମସ୍ତ ସାଂସଦ ସେଣ୍ଟ୍ରାଲ ହଲରେ ବସିବେ । ଅନ୍ୟପଟେ ରାଜ୍ୟସଭା ସାଂସଦମାନେ ଲୋକସଭା ଓ ରାଜ୍ୟସଭାରେ ବସିବେ । ସମସ୍ତ ସାଂସଦମାନଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ହୋଇଥିବା ବେଳେ ସ୍କ୍ରିନିଂ ଓ ସାନିଟାଇଜେସନର ବ୍ୟବସ୍ଥା ସର୍ବତ୍ର ରହିବ ।

Get real time updates directly on you device, subscribe now.