fbpx

ସେପ୍ଟେମ୍ବର ୧୦ରେ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହେବ ରାଫେଲ ବିମାନ

ନୂଆଦିଲ୍ଲୀ, ୨୮ା୮: ଆସନ୍ତା ମାସ ୧୦ତାରିଖ ଦିନ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ରାଫେଲ ବିମାନ ସାମିଲ ହେବ । ରାଫେଲ ବିମାନର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି କାର୍ଯ୍ୟକ୍ରମରେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୯ ତାରିଖ ଦିନ ଫ୍ରାନ୍ସରୁ ୫ଟି ଲଢ଼ୁଆ ରାଫେଲ ବିମାନ ଭାରତ ଆସିିଥିଲା । ଏବେ ସମସ୍ତ ଲଢ଼ୁଆ ବିମାନକୁ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଯିବ । ଫ୍ରାନ୍ସରୁ ମୋଟ୍ ୩୬ଟି ରାଫେଲ ଜେଟ କିଣିବା ପାଇଁ ସରକାର ଚୁକ୍ତି କରିଥିବା ବେଳେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୫ଟି ବିମାନ ଭାରତକୁ ଅଣାଯାଇଛି ।

Get real time updates directly on you device, subscribe now.