fbpx

ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଘଟିଛି । ତାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଦେହାନ୍ତ ଏକ ଯୁଗର ଅନ୍ତ ବୋଲି ସେ କହିଛନ୍ତି । ଜାତି ନିଜର ଜଣେ ମୂଲ୍ୟବାନ ପୁଅକୁ ହରାଇ ଶୋକ କରୁଛି । ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତି ଭବନକୁ ଲୋକଙ୍କ ସେ ନିକଟତର କରିଥିଲେ । ମହାମହିମ ଶଦ୍ଦର ବ୍ୟବହାର ବନ୍ଦ କରିବା ତାଙ୍କର ଐତିହାସିକ ନିଷ୍ପତ୍ତି ଥିଲା । ପ୍ରଣବ ପରିବାର, ବନ୍ଧୁ ଓ ସମସ୍ତ ନାଗରିକଙ୍କୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଭାରତରତ୍ନ ପ୍ରଣବ ମୁଖାର୍ଜୀ ଦେହାନ୍ତରେ ଭାରତ ଦୁଃଖିତ ବୋଲି ମୋଦି କହିଛନ୍ତି । ସେ ଦେଶର ବିକାଶରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ିଛନ୍ତି । ସାଧାରଣ ନାଗରିକଙ୍କ ପାଇଁ ରାଷ୍ଟ୍ରପତି ଭବନକୁ ଅଧିକ ସୁଗମ କରିଥିଲେ । ପ୍ରମୁଖ ନୀତି ସମ୍ପର୍କରେ ତାଙ୍କ ପରାମର୍ଶ ଭୁଲି ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଣବଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଦେଶର ଜାଜୁଲ୍ୟମାନ ସୁପୁତ୍ର ଥିଲେ । ସେ ଶକ୍ତିଶାଳୀ ବକ୍ତା, ବିଦ୍ୱାନ ଓ ଶାସନରେ ଅଦ୍ୱିତୀୟ ଥିଲେ ବୋଲି ନବୀନ କହିଛନ୍ତି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପ୍ରଣବଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.