fbpx

ମାର୍ଚ୍ଚ ୩ରୁ ଆରମ୍ଭ ହେବ +୨ ପରୀକ୍ଷା

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି +୨ ପରୀକ୍ଷାର ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ୩ରୁ ଆରମ୍ଭ ହେବ +୨ ଥିିଓରି ପରୀକ୍ଷା । ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ଯାଏ +୨ ବିଜ୍ଞାନ ପରୀକ୍ଷା ଚାଲିବ । ସେହିପରି ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ୨୬ଯାଏ ଚାଲିବ । +୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ୨୭ଯାଏଁ ଚାଲିବ । ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମାର୍ଚ୍ଚ ୧୬ରୁ ୨୮ଯାଏଁ ଚାଲିବ । ଦିନ ୧୦ଟାରୁ ଗୋଟାଏ ଯାଏଁ ପରୀକ୍ଷା ଚାଲିବ । ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୭ରୁ ଫେବ୍ରୁଆରି ୫ଯାଏ ଚାଲିବ । ଚଳିତବର୍ଷ ୩ଲକ୍ଷ ୪୯ହଜାର ୧୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ବିଜ୍ଞାନ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୯୭ହଜାର ୫୩୬, ବାଣିଜ୍ୟ ପରୀକ୍ଷାର୍ଥୀ ସଂଖ୍ୟା ୨୫ହଜାର ୭୭୦ଜଣ, କଳା ପରୀକ୍ଷାର୍ଥୀ ସଂଖ୍ୟା ୨ଲକ୍ଷ ୧୮ହଜାର ୮୩୧ଜଣ, ଧନ୍ଦାମୂଳକ ପରୀକ୍ଷାର୍ଥୀ ସଂଖ୍ୟା ୭ହଜାର ୧୭ଜଣ ଚଳିତବର୍ଷ ପରୀକ୍ଷା ଦେବେ । ଏନେଇ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.