fbpx

ତାଲା ପଡ଼ିଥିବା ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲା ପୋଲିସ

କାମାକ୍ଷାନଗର, ୨୮ା୧୨(ଓଡ଼ିଶା ଭାସ୍କର): କାମାକ୍ଷାନଗରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ତାଲା ପଡ଼ିଥିବା ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି ପୋଲିସ । ଭୋକ ଉପାସରେ ସମୁଦାୟ ୧୧ଟି ପିଲା ସ୍କୁଲରେ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ପୋଲିସ ତାଙ୍କୁ ଖାଇବାକୁ ଦେଇଛି । ସୂଚନା ଅନୁସାରେ ଗତକାଲିଠୁ ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷକ ପଳାଇଥିଲେ । ଏହି ଘଟଣା ସମ୍ପର୍କରେ ଜାଣିବା ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.