fbpx

୫ ଭାରତୀୟଙ୍କୁ ଫେରାଇଲା ଚୀନ୍

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୁୱାନାସିରିରେ ବାଟ ଭୁଲି ଚୀନ ସୀମାକୁ ଚାଲିଯାଇଥିବା ୫ ଭାରତୀୟ ପୁଣି ଥରେ ନିଜ ଦେଶକୁ ଫେରିଆସିଛନ୍ତି । ଚୀନର ସୈନିକମାନେ ଏହି ୫ ଜଣ ସାଧାରଣ ନାଗରିକଙ୍କୁ ଅରୁଣାଚଳ ପ୍ରଦେଶର କିବିତୁରେ ଭାରତୀୟ ସୈନିକଙ୍କୁ ଫେରାଇଛନ୍ତି । ତେବେ ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ଚୀନ ସେନା ୫ ଭାରତୀୟଙ୍କୁ ଉଠାଇ ନେଇଥିବା ଅଭିଯୋଗ ଆଣିଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ ।ଖବର ମିଳିବା ପରେ ସେନା ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲା ।

ତେବେ କରୋନା ଗାଇଡଲାଇନ୍ ମୁତାବକ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯିବ ।ଏହା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ଖବର ମୁତାବକ, ୫ ଭାରତୀୟ ସେପ୍ଟେମ୍ବର୪ରେ ଏଲଏସି ପାର ହୋଇ ଚୀନ ସୀମାରେ ପ୍ରବେଶ କରିଥିଲେ । ଏହି ଯୁବକଙ୍କ ନାମ ହେଉଛି- ତୋଚ୍ ସିଙ୍ଗକମ୍, ପ୍ରସାତ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିୟା, ତନୁ ବକର ଏବଂ ନାଗାରୁ ଦିରି ।

Get real time updates directly on you device, subscribe now.