fbpx

ରାଜ୍ୟ ସରକାରଙ୍କୁ ୧୦ ଦିନର ମହଲତ

ଭୁବନେଶ୍ୱର,୧୪ ।୯(ଓଡିଶା ଭାସ୍କର): ହାଇକୋର୍ଟରେ ମନ୍ଦିର ଖୋଲାଯିବା ପ୍ରସଙ୍ଗର ଚାଲିଛି ଶୁଣାଣି । ଆସନ୍ତା ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କ ଦିଆଯାଇଛି ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କୁ ଉତ୍ତର ରଖିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

ଅନ୍ୟପଟେ ହାଇକୋର୍ଟରେ ବେସରକାରୀ ସ୍କୁଲ ଫି ଛାଡ ମାମଲାର ଶୁଣାଣିରେ ମଧ୍ୟସ୍ଥତା କମିଟି ଦେଇଥିବା ରିପାର୍ଟ ଦାଖଲ ହୋଇପାରିଲା ନାହିଁ । ରିପୋର୍ଟ ଦାଖଲ କରିବାକୁ ଥିବା ବ୍ୟକ୍ତି କୋଭିଡ ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.