fbpx

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଶୋଧିତ ଗାଇଡଲାଇନ୍: ପ୍ରାର୍ଥୀ ଛାପିବେ ଅପରାଧ ପୃଷ୍ଠଭୂମି

ବାଲେଶ୍ୱର,୧୬ ।୯(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ପ୍ରାର୍ଥୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଏଣିକି ପ୍ରାର୍ଥୀ ଓ ସମ୍ପୃକ୍ତ ରାଜନୈତିକ ଦଳ ଛାପିବେ ଅପରାଧ ପୃଷ୍ଠଭୂମି । ଏନେଇ ଆଜି ସଂଶୋଧିକ ଗାଇଡଲାଇନ୍ ଜରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଭୋଟ ପୂର୍ବରୁ ୩ ଥର ଅପରାଧ ପୃଷ୍ଠଭୂମି ପ୍ରଚାର ପ୍ରସାର କରିବା ଜରୁରୀ । ଖବରକାଗଜ ଓ ଟେଲିଭିଜନରେ ଅପରାଧ ପୃଷ୍ଠଭୂମି ପ୍ରସାର କରିବାକୁ ହେବ । ନାମାଙ୍କନ ପ୍ରତ୍ୟାହାରର ୪ ଦିନ ମଧ୍ୟରେ ପ୍ରଥମ ଥର ପ୍ରଚାର କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.