fbpx

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୪୦୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଳାରୁ କେତେ

ଭୁବନେଶ୍ୱର, ୨୫ା୯(ଓଡ଼ିଶା ଭାସ୍କର): ରାଜ୍ୟର ୩୦ ଜିଲ୍ଲାରୁ ୪୦୨୮କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬୨ସଙ୍ଗରୋଧ କେନ୍ଦ୍ରରୁ ଓ ୧୭୪୬ ସ୍ଥାନୀୟ ଅଞ୍ଚଳରୁ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୭୨୫, କଟକରୁ ୪୬୫, ଯାଜପୁରରୁ ୨୩୭, ପୁରୀରୁ ୧୯୯, ଅନୁଗୁଳରୁ ୧୯୪, ଜଗତସିଂହପୁରରୁ ୧୮୧, ନୂଆପଡ଼ାରୁ ୧୭୫, ମୟୁରଭଞ୍ଜରୁ ୧୫୪, ନବରଙ୍ଗପୁରରୁ ୧୩୧, ସମ୍ବଲପୁରରୁ ୧୩୧, ବାଲେଶ୍ୱରରୁ ୧୧୮, କଳାହାଣ୍ଡିରୁ ୧୧୬, ବରଗଡ଼ରୁ ୧୧୪, କେନ୍ଦ୍ରାପଡ଼ାରୁ ୧୧୦, କନ୍ଧମାଳରୁ ୧୦୨, କେନ୍ଦୁଝରରୁ ୮୨, ଝାରସୁଗୁଡ଼ାରୁ ୮୧, ସୁନ୍ଦରଗଡ଼ରୁ ୮୦, ବଲାଙ୍ଗୀରରୁ ୭୬, କୋରାପୁଟରୁ ୭୨, ଢ଼େଙ୍କାନାଳରୁ ୬୮, ଗଞ୍ଜାମରୁ ୬୩, ମାଲକାନଗିରିରୁ ୬୧, ରାୟଗଡ଼ାରୁ ୬୧, ନୟାଗଡ଼ରୁ ୫୨, ଭଦ୍ରକରୁ ୪୮, ବୌଦ୍ଧରୁ ୨୯, ସୋନପୁରରୁ ୨୬, ଦେଓଗଡ଼ରୁ ୨୦, ଗଜପତିରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.