fbpx

୮ଦିନ ସଟ୍‌ଡାଉନ ରହିବ ରାଜ୍ୟର ଏହି ସହର

ବରଗଡ଼, ୨୬/୯(ଓଡ଼ିଶ ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। କ ରୋନା ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ସେପ୍ଟେମ୍ବର ୨୮ରୁ ବରଗଡ଼ର ପଦ୍ମପୁର ସହର ୮ଦିନ ସଟ୍‌ଡାଉନ ରହିବ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଓକିଲ, ବଣିକ ଓ ନାଗରିକ ସଂଘ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ  ସବୁ ବଜାର, ପନିପରିବା ଓ ତେଜରାତି ଦୋକାନ ବନ୍ଦ ରହିବ। ଔଷଧ, ସାର ଓ କୀଟନାଶକ ଦୋକାନ ଖୋଲା ରହିବ । ସଂକ୍ରମଣ ହୋଇ ନଥିବା ସରକାରୀ ଅଫିସ ବି ଖୋଲା ରହିବ ବୋଲି ଜଣାପଡିଛି।

Get real time updates directly on you device, subscribe now.