fbpx

ଆଜିଠୁ ଖୋଲିଲା ନନ୍ଦନକାନନ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ଆଜିଠୁ ଖୋଲିଲା ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଙ୍କଟ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିଛି ପ୍ରାଣୀଉଦ୍ୟାନ । ମାସ୍କ ବିନା ନନ୍ଦନକାନନ ମନା, ଏନ୍‌କ୍ଲୋଜର ଛୁଇଁବା ନିଷେଧ କରାଯାଇଛି । ନନ୍ଦନକାନନରେ ନିୟମିତ ସାନିଟାଇଜର ନେଇ ବ୍ୟବସ୍ଥା ହୋଇଛି ।

ତେବେ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ରୁ ନନ୍ଦନକାନନ ଖୋଲାଯିବ ନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଥିଲେ । ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ, ତାହାର ତର୍ଜମା କରାଯିବ । ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ । ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ । ଅଫ୍ ଲାଇନରେ ଟିକେଟ ନେବାକୁ ଧାଡି ନୁହେଁ, ଜଣ ଜଣଙ୍କୁ ଦିଆଯିବ । ପର୍ଯ୍ୟଟକମାନଙ୍କର ଥର୍ମାଲ ସ୍କାନିଂ ହେବାର ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.