fbpx

ରାଜ୍ୟରେ ଶନିବାର ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାରି ମଧ୍ୟରେ ରାଜ୍ୟରେ ୩ ହଜାର ୬୬ ବ୍ୟାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ସେପ୍ଟେମ୍ବର ଶେଷ ସୁଦ୍ଧା ୩ ହଜାର ୬୬ ବ୍ୟଙ୍କ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହା ସହ ୧୪ ବ୍ୟାଙ୍କ କର୍ମଚାରୀଙ୍କ ଜୀବନ ନେଇସାରିଛି କରୋନା ଭାଇରସ୍ । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ମାସରେ ସବୁ ଶନିବାର ବ୍ୟାଙ୍କ ବନ୍ଦ ରହିବ । ଏନେଇ ଅର୍ଥ ବିଭାଗକୁ ଅବଗତ କରିଛି ଏସଏଲବିସି ବା ଷ୍ଟେଟ ଲେବୁଲ ବ୍ୟାଙ୍କର୍ସ କମିଟି ।

Get real time updates directly on you device, subscribe now.