fbpx

ରାଜଧାନୀରେ ମିଠା ଦୋକାନୀଙ୍କୁ ହତ୍ୟା

ଭୁବନେଶ୍ୱର,୪ ।୧୦(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ସାମନ୍ତରାପୁରଠାରେ ଜଣେ ମିଠା ଦୋକାନୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି । ବ୍ୟାବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ସାମନ୍ତରାପୁରରୁ ପୁରୀ ଯାଉଥିବା ରାସ୍ତାକୁ ଅବରୋଧ କରିଛନ୍ତି । ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।

Get real time updates directly on you device, subscribe now.