fbpx

ମନ୍ଦିର ଖୋଲିବା ନେଇ ସଙ୍କେତ

ଭୁବନେଶ୍ୱର,୮ ।୧୦ରାଜ୍ୟରେ ପ୍ରମୁଖ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଦେବୋତ୍ତର ବିଭାଗ ଅଧୀନରେ ଥିବା ମନ୍ଦିର ଖୋଲିବାକୁ ଯୋଜନା ରହିଛି । ପୁରୀ ଶ୍ରୀମନ୍ଦିର ଓ ଅନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ କଟକଣା ଭିତରେ ମନ୍ଦିର ଖୋଲିବା ଯୋଜନା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୦ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଂଶଦାରୀଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଏନେଇ ଟ୍ୱିଟ୍ କରି ନିର୍ଦ୍ଦେଶାନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ।

Get real time updates directly on you device, subscribe now.