fbpx

ମତଦାନ: ଜାଣନ୍ତୁ ୧୦ଟା ସୁଦ୍ଧା କେଉଁଠି କେତେ ?

ବିହାର, ୩ ।୧୧: ବିହାରରେ ନିର୍ବାଚନ ବ୍ୟତୀତ ଦେଶରେ ୧୦ଟି ରାଜ୍ୟର ୫୪ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ହେଉଛି ।ଏହା ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ୨୮ଟି ଆସନ ରହିଛି । କରୋନା ମହାମାରୀ ଭିତରେ ନିର୍ବାଚନ ହେଉଥିବାରୁ ଏଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସକାଳ ୭ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ଛତିଶଗଡ଼, ନାଗାଲାଣ୍ଡ ଓ ଝାଡ଼ଖଣ୍ଡରେ ମତଦାନ ସମୟ ଭିନ୍ନ ରହିଛି । ତେବେ ମତଦାନର ଶେଷ ଘଣ୍ଟାଏରେ କରୋନା ପଜିଟିଭ୍ ଭୋଟର ଭୋଟ୍ ଦେଇପାରିବେ। ସମସ୍ତ ଆସନରେ ନଭେମ୍ବର ୧୦ରେ ଗଣତିି ହେବ ।

ତେବେ ୧୦ଟା ସୁଦ୍ଧା ବିହାରରେ ୧୦.୭୪% ଭୋଟିଂ ହୋଇଥିବା ବେଳେ ଛତିଶଗଡ଼ରେ ୨.୪୦% ମତଦାନ ହୋଇଛି । ସେହିପରି ଗୁଜରାଟରେ ୧୩.୨୫%, ହରିୟାଣାରେ ୧୩%, ଝାଡ଼ଖଣ୍ଡରେ ୧୩.୨୧%, କର୍ଣ୍ଣାଟକରେ ୬.୯୦%, ମଧ୍ୟ ପ୍ରଦେଶରେ ୧୧.୫୫%, ତେଲଙ୍ଗାନାରେ ୧୨.୭୪%, ନାଗାଲାଣ୍ଡରେ ୩୭.୬୬% ଓ ଉତ୍ତରପ୍ରଦେଶରେ ୭.୪୫% ମତଦାନ ହୋଇଛି ।

Get real time updates directly on you device, subscribe now.