fbpx

୨ ନାବାଳିକାଙ୍କ ସଲିଳ ସମାଧି

ଢେଙ୍କାନାଳ, ୫ ।୧୧(ଓଡିଶା ଭାସ୍କର) : ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ କରମୂଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପୋଖରୀକୁ ଗାଧୋଇବାକୁ ଯାଇ ଥିବାବେଳେ ବୁଡ଼ିଯାଇ ୨ ନାବାଳିକାଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଳେ- ଗ୍ରାମର ବିପିନ ମଲ୍ଲିକଙ୍କ ଝିଅ ଅନୀତା ଓ ଅନ୍ତର୍ଯ୍ୟାମୀ ମଲ୍ଲିକ ଅଙ୍କିତା । ଏମାନେ ଦୁଇ ସାଙ୍ଗ ବୋଲି ଜଣାପଡ଼ିଛି। ଉଭୟଙ୍କ ବୟସ ୧୦ ବର୍ଷ।

ତେବେ ଅନିତା ଓ ଅଙ୍କିତା ଗାଁର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ଦୁହେଁ ପାଣି ଭିତରେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.