fbpx

ବଲିଉଡ ପାଇଁ ଆଉ ଏକ ଦୁଃଖଖବର: ଆତ୍ମହତ୍ୟା କଲେ ଅଭିନେତା ଆସିଫ ବସରା

ନୂଆଦିଲ୍ଲୀ,୧୨ ।୧୧: ବଲିଉଡ ଜଗତ ପାଇଁ ଆସିଛି ଆଉ ଏକ ଦୁଃଖଖବର । ସୁଶାନ୍ତ ସିଂ ରାଜପୁତଙ୍କ ପରି ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତା ଆସିଫ ବସରା । ହିମାଚଳ ପ୍ରଦେଶର ଧର୍ମଶାଳାରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ଆଶିଫଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଆଜି ସକାଳ ୧୧.୩୦ରେ ଅଭିନେତା ଜଣକ ଆତ୍ମହତ୍ୟା କରିଥିବା ବେଳେ ୧୨,୩୦ରେ ଖବର ପାଇଥିଲା ପୋଲିସ । ଖବର ପାଇବା ପରେ ଫରେନ୍ସିକ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆସିଫ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କୌଣସି ସୂଚନା ମିଳିପାରିନାହିଁ । ତେବେ ଅଭିନେତା ଜଣକ କୁକୁର ରଶିରେ ଫାଶି ଲଗାଇଥିବା ଜଣାପଡିଛି । ତେବେ ଆସିଫ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.