fbpx

ଦୁଷ୍କର୍ମ ମାମଲାରେ ବଳଙ୍ଗା ଥାନା ଏଏସଆଇ ଗିରଫ

ପିପିଲି, ୩ା୧(ଓଡ଼ିଶା ଭାସ୍କର): ପୁରୀ ବଳଙ୍ଗା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହି ଦୁଷ୍କର୍ମ ମାମଲାରେ ତାଙ୍କୁ ଆଜି ଗିରଫ କରାଯାଇଛି । ଏହାପୂର୍ବରୁ ତାଙ୍କୁ ଫସାଇବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ସେ କରିଥିଲେ । ତାଙ୍କୁ ଗିରଫ କରିବା ପରେ ଏହି ମାମଲାର ପିପିଲି ଏସଡ଼ିପିଓ ତଦନ୍ତ ଜାରି ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆଜି ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଥିଲା । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇଙ୍କୁ ଅଟକ ରଖାଯାଇଥିଲା । ଏଏସଆଇ ଚିତରଞ୍ଜନ ଦାଶଙ୍କୁ ଅଟକ ରଖି ପିପିଲି ଏସଡ଼ିପିଓ ପଚରାଉଚରା କରୁଥିଲେ । ପାରିବାରିକ କଳହ ସମାଧାନ କରାଇଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କୁ ନିଜ ବାସଭବନକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ନିଜେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.