fbpx

ମୁଖ୍ୟମନ୍ତ୍ରୀ ଖାଇଲେ ଚାବୁକ ମାଡ

ରାୟପୁର,୧୫।୧୧: ମୁଖ୍ୟମନ୍ତ୍ରୀ ଖାଇଲେ ଚାବୁକ ମାଡ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଖାଇବାକୁ ପଡିଛି ଚାବୁକ ମାଡ । କିନ୍ତୁ କୌଣସି ଭୁଲ କରି ନୁହେ, ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲ ଚାବୁକ ମାଡ ଖାଇଛନ୍ତି ।

ତେବେ ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦୁର୍ଗ ଜିଲ୍ଲାର ଜଂଜଗିରି ଗାଁରେ ପହଞ୍ଚି ଗୋମାତାଙ୍କୁ ପୂଜା କରିବା ସହ ଖାଇବାକୁ ଦେଇଥିଲେ। ଏହାପରେ ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଚାବୁକ ପ୍ରହାର ଖାଇବାର ପରମ୍ପରା ପାଳନ କରିଥିଲେ। ପରମ୍ପରା ମୁତାବକ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକରେ ମାରିଥିଲେ। ପରମ୍ପରା ପାଳନ କରି ସାରିବା ପରେ ଏହା ସମସ୍ତଙ୍କ ମଙ୍ଗଳ ପାଇଁ କରାଯାଏ ବୋଲି ବଘେଲ କହିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ ପାରମ୍ପରିକ ନୃତ୍ୟର ତାଳେ ତାଳେ ଝୁମିଥିଲେ ।

Get real time updates directly on you device, subscribe now.