fbpx

ପୋଲିସ ନଜରରେ ଗ୍ୟାଙ୍ଗଷ୍ଟାର ସକିଲର ୩ ନମ୍ବର ପ୍ରେମିକା

କଟକ,୪ ।୧(ଓଡିଶା ଭାସ୍କର): ଜେଲରେ ଗ୍ୟାଙ୍ଗଷ୍ଟାର ସକିଲର ସେଲ୍ଫି ଉଠାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ନେଇ ଦେଇ କହିଛନ୍ତି ଯେ, ସକିଲର ୩ ନମ୍ବର ପ୍ରେମିକା ଏବେ ପୋଲିସ ନଜରରେ । ସକିଲ କ୍ରାଇମ ଅପରେସନରେ ସମ୍ପୃକ୍ତି ଥିବା ପ୍ରମାଣ ଅଛି । ପୋଲିସଠାରୁ ବଞ୍ଚିବା ପାଇଁ ସକିଲ ପ୍ରେମିକାଙ୍କୁ ବ୍ୟବହାର କରୁଥିବା ଡିସିପି କହିଛନ୍ତି ।

ଏହି ପ୍ରସଙ୍ଗରେ ଜେଲ ବିଭାଗ ଯଦି ଚାହିଁବେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ସକିଲର ଅନ୍ୟ ଦୁଇ ମହିଳା ସହଯୋଗୀଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଡିସିପି କହିଛନ୍ତି ଯେ, ଏହି ୨ ଝିଅ ଜେଲରେ ସକିଲକୁ ଦେଖା କରିବାକୁ ଯାହାନ୍ତି । ଅନ୍ୟ ଗ୍ୟାଙ୍ଗ ସହ ସକିଲର ଲିଙ୍କ ଅଛି କି ନାହିଁ ସେନେଇ ଯାଞ୍ଚ ଚାଲିଛି ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କଟକ ସହରରେ ଦବଦବା କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ସକିଲକୁ ଉଠାଇ ନେଇଥିଲା କଟକ ସଦର ଥାନା ପୋଲିସ । ସକିଲ ଓ ତାର ସହଯୋଗୀ ମାନେ ଏକ ଅଜ୍ଞାତ ସ୍ଥାନରେ ରହି ଅପରାଧିକ ଯୋଜନା କରୁଥିବା ବେଳେ ଆଗରୁ ଛପି ରହିଥିବା ସଦର ଥାନା ଟିମ୍ ଉଠାଇ ନେଇଥିଲା । ଗତ ୨୩ ତାରିଖ ସକିଲ ଓ ତାର ସହଯୋଗୀ ମାନେ ନେତାଜୀ ନଗରର ଜଣେ ଯୁବକଙ୍କୁ ଅପହରଣ କରି ଦାଦାବଟି ପାଇଁ କରିଥିଲେ ହତ୍ୟା ଉଦ୍ୟମ । ସେହି ଘଟଣା ପରେ ସକିଲ ଫେରାର ହୋଇଯାଇଥିବା ବେଳେ ଏବେ ପୋଲିସ ହାତରେ ଲାଗିଛି ସକିଲ ଓ ତାର ୫ ସହଯୋଗୀ ।

Get real time updates directly on you device, subscribe now.