fbpx

ବାହାଘର ଗିଫ୍ଟ ଦେଖି ବର ଛାନିଆ: ମହିଳା ଦେଲେ ଏକେ-୪୭, ଦେଖନ୍ତୁ ଭିଡିଓ

ବାହାଘରରେ ମିଳିଥିବା ଉପହାରରେ କିଛି ଅଲଗା ମଜା ଥାଏ । ସେହିପରି ବାହାଘର ଗିଫ୍ଟକୁ ନେଇ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିବାହ ସମାରୋହର, ଯେଉଁଠାରେ ବରକନ୍ୟାଙ୍କୁ କୌଣସି ଗିଫ୍ଟ ବା ଜିନିଷ ନ ଦିଆଯାଇ ଏକେ-୪୭ ବନ୍ଧୁକ ଦିଆଯାଉଛି ।

ତେବେ ଏହି ଭିଡିଓକୁ ଆଡେଲ ଆହସାନ ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ଭିଡିଓରେ ସ୍ପଷ୍ଟଦେଖିବାକୁ ମିଳିଛୁ ଯେ, ବର କନ୍ୟା ସଜ୍ଜିତ ମଣ୍ଡପରେ ଥିବା ଚେୟାରରେ ବସିଛନ୍ତି । ଏହି ସମୟରେ ଜଣେ ମହିଳା ଷ୍ଟେଜ ଉପରକୁ ଆସି ଏକେ-୪୭ ଗିଫ୍ଟ ହିସାବରେ ଦେଉଛନ୍ତି ।

ଏହି ଗିଫ୍ଟ ଦେଖି ପ୍ରଥମେ ବର ଆଶ୍ଚର୍ଯ୍ୟ ହେଉଛି ଓ ପରେ ହସି ହସି ଉପହାର ଗ୍ରହଣ କରୁଛି । ତେବେ ଭାଇରାଲ ହେଉଥିବା ଏହି ଭିଡିଓଟି ପାକିସ୍ତାନର ବୋଲି ଜଣାପଡିଛି । ଅନେକ ସୋସିଆଲ ମିଡିଆ ୟୁଜର ଏହାକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି ।

Get real time updates directly on you device, subscribe now.