fbpx

ପୋଲିସ-ଆତଙ୍କବାଦୀ ଗୁଳି ବିନିମୟ: ୫ ଗିରଫ

ନୂଆଦିଲ୍ଲୀ, ୭ା୧୨ (ଓଡିଶା ଭାସ୍କର): ଦିଲ୍ଲୀର ଶକରପୁର ଅଞ୍ଚଳରୁ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ପୋଲିସ ସହ ଏନକାଉଣ୍ଟର ପରେ ଆତଙ୍କବାଦୀଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ଟିମ୍ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀଙ୍କ ମଧ୍ୟରେ ୨ ପଞ୍ଜାବୀ, ୩ କାଶ୍ମୀରୀ ଆତଙ୍କବାଦୀ ବୋଲି ଚିହ୍ନଟ କରାଯାଇଛି । ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏମାନେ ଦିଲ୍ଲୀରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ । ତେବେ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମର ଉପଯୁକ୍ତ ରଣନୀତି ଫଳରେ ଆତଙ୍କବାଦୀଙ୍କ ଏହି ଯୋଜନା ପଣ୍ଡ ହୋଇଥିବା ଜଣାପଡ଼ିଛି । ଆତଙ୍କବାଦୀମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଇସାରାରେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.