fbpx
BSKY
BJD SHG SKY
BJD YOUTH SKY

ସ୍ୱାଭିମାନ ଅଂଚଳକୁ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା୧୧/୧୨: ଦୀର୍ଘଦିନ ର ଅପେକ୍ଷା ପରେ ସ୍ୱାଭିମାନ ଅଂଚଳକୁ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା। ଚିକିତ୍ସା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଲା ସ୍ୱାଭିମାନ ଅଞ୍ଚଳ ।ଚିତ୍ରକୋଣ୍ଡା ଲଞ୍ଚ ଘାଟ ଠାରେ ଏହି ସେବାକୁ ଉଦଘାଟନ କଲେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଓଆଇ ବିଜୟ। ଉଦଘାଟନୀ ଉପସ୍ଥିତ ଥିଲେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଡ଼ ପ୍ରଫୁଲ୍ଲ କୁମାର ନନ୍ଦ, ବି ଡି ଓ ଶ୍ରୀ ଲାରୀମାନ ଖରସେଲ, ଏହିସେବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଭାରତ ସରକାର ଓ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପରିଚାଳିତ । ୧୦୮ ଆମ୍ବୁଲାନ୍ସ ବୋଟ ସେବା ଓଡ଼ିଶାରେ କେନ୍ଦ୍ରାପଡା, କଳାହାଣ୍ଡି, କୋରାପୁଟ ଠାରେ ଗୋଟିଏ ଲେଖା ୧୦୮ ଆମ୍ବୁଲାନ୍ସ ବୋଟ ସେବା ଯୋଗାଉଥିବା ବେଳେ ଆଜି ଠାରୁ ଏହା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ କୁ ୨ ଗୋଟି ୧୦୮ ଆମ୍ବୁଲାନ୍ସ ବୋଟ ସେବାର ଶୁଭ ଉଦଘାଟନ କରାଯାଇଛି। ସ୍ୱାଭିମାନ ଅଂଚଳର ଅରାପଦର ଠାରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ରହିବ ଏବଂ ଅନ୍ୟ ଟି କୁଂତୁରପଦର ଠାରେ ରହିବ । ଏହି ୧୦୮ ଆମ୍ବୁଲାନ୍ସ ସେବା ସ୍ୱାଭିମାନ ଅଂଚଳର ୩୭ ଟି ଗ୍ରାମ ତଥା ୧୫୦୦୦ ଲୋକେ ଏହି ସେବା ପାଇ ପାରିବେ । ଏହି୧୦୮ ଆମ୍ବୁଲାନ୍ସ ପାଈଁ ସମୁଦାୟ ୩୭ ଟି ଭାସମାନ ଜେଟି ର ବ୍ୟବସ୍ତା କରାଯାଇଛି। ଜରୁରୀକାଳୀନ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ଚିକିତ୍ସା ଯନ୍ତ୍ରପାତି ଦ୍ୱାରା ୨୪ ଘଣ୍ଟା ପ୍ରସ୍ତୁତ ହୋଇ ରହିଥାଏ ଏହିସେବା ।

Get real time updates directly on you device, subscribe now.