fbpx

ଜାନୁଆରୀ ୨ ପର୍ଯ୍ୟନ୍ତ ଏଠାରେ ଲାଗିଲା ନାଇଟ୍ କର୍ଫ୍ୟୁ, ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୩ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ରାଜ୍ୟ ସରକାର ମଧ୍ୟ ସର୍ତକ ମୋଡକୁ ଆସିଛନ୍ତି । ଏହାରି ମଧ୍ୟରେ କର୍ଣ୍ଣାଟକ ସରକାର ରାତ୍ରି କର୍ଫ୍ୟୁର ଘୋଷଣା କରିଛନ୍ତି । ଏହି ରାତ୍ରି କର୍ଫ୍ୟୁ ୨ ଜାନୁଆରୀ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ହେବ ।

ଏହା ପୂର୍ବରୁ ମହାରାଷ୍ଟ୍ର ସରକାର କରୋନା ଭାଇରସର ନୂଆ ରୂପକୁ ଦେଖି ପ୍ରତିବନ୍ଧକ ଲଗାଇଥିଲେ । ଭାରତ ସମେତ ୩୦ଟି ଦେଶ ବ୍ରିଟେନରୁ ଆସୁଥିବା ବିମାନ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି ।

Get real time updates directly on you device, subscribe now.