ଭୁବନେଶ୍ୱର, ୨୫ା୧୨ (ଓଡିଶା ଭାସ୍କର): ରାଜ୍ୟର ୩ ଜଣ ପ୍ରମୁଖ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ମୁତାବକ, ରାଜ୍ୟର ଦୁଇଜଣ ଜିଲ୍ଲାପାଳ ଓ ଜଣେ ସମାଜସେବୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
କଟକ ଜିଲ୍ଲାପାଳ ଭବାନି ଶଙ୍କର ଚୟନୀ ଓ ଗଜପତି ଜିଲ୍ଲାପାଳ ଅନୁପମ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଏସସିବିରେ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । କଟକ ଜିଲ୍ଲାପାଳ ଶ୍ରୀ ଚୟନୀ ହୋମ କ୍ୱାରେଣ୍ଟିନରେ ରହିଥିବା ଜଣାପଡ଼ିଛି ।
Prev Post
Next Post