fbpx

୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ୬ ଅଧିକାରୀଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତା ନେଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୪ ଜଣ ଇଞ୍ଜିନିୟର ଓ ୨ ଜଣ ଅବକାରୀ ବିଭାଗ ଅଧିକାରୀଙ୍କୁ ଅବସର ଦିଆଯାଇଥିବା ଜଣାପଡିଛି । ତେବେ ବାବୁଙ୍କ ନାଁରେ ସରକାରୀ ଅର୍ଥ ହଡପ ଅଭିଯୋଗରେ ଭିଜିଲାନ୍ସରେ ମାମଲା ରହିଥିଲା ।

ଅଧିକାରୀମାନେ ହେଲେ- ୧. କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ ଦେବତା, ୨. କଟକ ଆରଆଣ୍ଡବି କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ଦଳାଇ, ୩. କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ୪. ଭୁବନେଶ୍ୱର ଆରଆଣ୍ଡବି ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ, ୫. ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବିଏମ ଜୟଦୀପ ପଟ୍ଟନାୟକ, ୬. ସୁନ୍ଦରଗଡ଼ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ ପ୍ରମୁଖ ।

Get real time updates directly on you device, subscribe now.